Friday, November 20, 2026
ADVERTISEMENT
Home ଆଞ୍ଚଳିକ ଗାଁ ଭିତରେ ପଶିଲା ପାଣି

ଗାଁ ଭିତରେ ପଶିଲା ପାଣି

467
ADVERTISEMENT

ବ୍ରହ୍ମପୁର,୨୪/୧୦(ଡ଼ି.ଏଚ/ହିମାଂଶୁ ପାଢୀ) : ଗାଁ ଭିତରେ ପଶିଲା ପାଣି ଶୁଣିଲେ ଟିକିଏ ଆଶ୍ଚଯ୍ୟ ଲାଗିବ । ବ୍ରହ୍ମପୁର ମହାନଗରର ସମସ୍ତ ସାହିର ଘରେ ପାଣି ପଶୁଥିବା ବେଳେ ମହାନଗର ଠାରୁ ୫କିମି ଦୂର ଲାଞିଆ ପଞାୟତର ବାଳକୃଷ୍ନପୁର ଗ୍ରାମରେ ଘରଭିତରେ ପାଣି ପଶିବା ସହ ଗ୍ରାମଟି ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ତାରେ ରହିଛି। ଗ୍ରାମର ଚତୁପାଶ୍ବରେ ରହିଛି ପଥର କୁଆରୀ ଓ କ୍ରସର l କୁକୁଡାଖଣ୍ଡି ବ୍ଲକରେ ଗୋଟିଏ ଦିନରେ ୧୭୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯାହା ଫଳରେ କୁକୁଡାଖଣ୍ଡି ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଗ୍ରାମ ଜଳବନ୍ଦୀ ଘେରରେ ରହିବା ସହ ପ୍ରାୟ ଅନେକ ଘର ଆଉ କାଳୀ ମନ୍ଦିର ଜଳବନ୍ଦୀ ଘେରକୁ ଗଲାଣି l ବ୍ଲକ ଅଧକ୍ଷ ଏବଂ ପୂର୍ତ୍ତି ବିଭାଗର ବରିଷ୍ଠ ଅଧିକାରୀ ମାନେ ଆସି ସ୍ଥିତି ପରଖି ଥିଲେ । ଗ୍ରାମରେ କୌଣସି ଭି ଘରେ ଚୁଲି ଜଳିନାହିଁ ଭୋକ ଉପାସରେ ରହିଛନ୍ତି ଲୋକେ।ଗ୍ରାମ ନିକଚରେ ବେଆଇନ ପ୍ଲଟିଂ ଯୋଗୁଁ ଏପରି ଜଳବନ୍ଦି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Advertisement