Friday, November 20, 2026
ADVERTISEMENT
Home ଆଞ୍ଚଳିକ ବାଃ.. .. ..ବାଃ ରେ ଟ୍ରାଫିକ ନିୟମ ବିନା ପରମିଟ ଫିଟନେସରେ ଚାଲୁଛି ଯାତ୍ରୀ ପରିବହନ...

ବାଃ.. .. ..ବାଃ ରେ ଟ୍ରାଫିକ ନିୟମ ବିନା ପରମିଟ ଫିଟନେସରେ ଚାଲୁଛି ଯାତ୍ରୀ ପରିବହନ ଗାଡ଼ି

327
ADVERTISEMENT

ହିଞ୍ଜିଳିକାଟୁ, ୨୩ା୧୦ (ଡି.ଏଚ/ଶେଷଦେବ ସାହୁ): ଚଳିତ ସେପ୍ଟେମ୍ବର ମାସ ଠାରୁ ଓଡ଼ିଶା ସରକାରଙ୍କ ନୂଆଁ ଟ୍ରାଫିକ ନିୟମ ବେଶ୍ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ୨ ଚକିଆ ଯାନ ଠାରୁ ଆରମ୍ଭ କରି ବଡ଼ ବଡ଼ ଗାଡ଼ି ମୋଟର ପାଇଁ ବହୁ ନିୟମ ପ୍ରଚଳନ କରାଯାଇଛି । ଗାଡ଼ି ଚାଳକଙ୍କ ବୈଧ ଗାଡ଼ି ଚାଳନା ପ୍ରମାଣପତ୍ର ସାଙ୍ଗକୁ ଇନସୁରାନ୍ସ, ପ୍ରଦ୍ୟୁଷଣ ପ୍ରମାଣପତ୍ର ଏପରିକି ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଚାଳକ ମାନଙ୍କୁ ବ୍ରେଥ ଏନାଲାଇଜର ସହାୟତାରେ ପରୀକ୍ଷା କରି ମୋଟା ଅଙ୍କର ଜରିମାନା କଟାଯାଉଥିବାର ନଜିର ରହିଛି ।

ହେଲେ ହିଂଜିଳିକାଟୁ ସହରରେ ସତେଯେପରି ଏସବୁ ନିୟମକୁ ଫୁ କରିଦିଆଯାଇଛି । ପ୍ରତ୍ୟେହ ହିଂଜିଳିକାଟୁ ଠାରୁ ଶେରଗଡ଼, କଙ୍କୋରଡ଼ା, ପିତଳ, ବ୍ରାହ୍ମଣଛାଇ ଅଂଚଳକୁ ବହୁ ଟ୍ରେକର, ଜିପ, ମିନିବସ ଯୋଗେ ଯାତ୍ରୀ ପରିବହନ କରାଯାଇଥାଏ । ବହୁ ଯାତ୍ରୀ ପରିବହନକାରୀ ଗାଡ଼ି ମୋଟରରେ ଡ଼ିଜେଲ ପରିବର୍ତେ କିରୋସିନିକୁ ଇନ୍ଧନ ଭାବେ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି । ଏପରିକି ବହୁ ଗାଡ଼ିର ଫିଟନେସ, ଇନସୁରାନ୍ସ ଓ ପରମିଟ ନଥାଇ ଏବଂ ଆବଶ୍ୟକ ଠାରୁ ଅଧିକ ପରିମାଣରେ ଯାତ୍ରୀ ପରିବହନ କରୁଥିବାର ଦେଖିବାକୁ ମିଳୁଛି । ବହୁ ସମୟରେ ଆବଶ୍ୟକ ଠାରୁ ଅତ୍ୟଧିକ ଯାତ୍ରୀ ପରିବହନ କରି ଗାଡ଼ି ଗୁଡ଼ିକ ଯାତାୟତ କରୁଥିବା ବେଳେ ଛୋଟବଡ଼ ଦୂର୍ଘଟଣା ଘଟୁଥିବାର ନଜିର ରହିଛି । ଏ ଦିଗରେ ଆଂଚଳିକ ପରିବହନ ଅଧିକାରୀ ଦୃଷ୍ଟି ପ୍ରଦାନ କରି ବିନା ପରମିଟ, ଇନସୁରାନ୍ସ ଓ ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକ ପ୍ରତି ଆଇନାନୂଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Advertisement