ବୋମାମାଡ଼ ଘଟଣାରେ ଦୁର୍ଦ୍ଦାନ୍ତ ରାଜି ଗିରଫ

248
ADVERTISEMENT

ବ୍ରହ୍ମପୁର, ୧୮/୬(ଦୁନିଆ ହାଲଚାଲ )-ବ୍ରହ୍ମପୁର ବଡ଼ବଜାର ପୋଲିସ ଠିକାଦାରଙ୍କ ଘର ଉପରକୁ ବୋମା ମାଡ଼ କରିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ରାଜି ଗୌଡ଼ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜି ଓରଫ ରାଜେନ୍ଦ୍ର ଗୌଡ଼ (୩୭), ଶକ୍ତି ଦେ ଓରଫ ଦବଲ ଗୌଡ଼ (୨୮) ଓ ଜିତୁ ଓରଫ ଜିତେନ୍ଦ୍ର ଗୌଡ଼ (୧୯)। ପୋଲିସ ରାଜିଙ୍କ ନିକଟରୁ ୨ଟି ବୋମା ଜବତ କରିଛି। ମାମଲା ନଂ. ୧୦୦/୧୯ରେ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।

Advertisement