Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

464
ADVERTISEMENT

କନ୍ଧମାଳ,୨୦/୧୦(ଡି.ଏଚ/ସୁରେଶ କୁମାର ପଣ୍ଡା):ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵରେ ଥିବା କାର୍ତ୍ତିକ ଚନ୍ଦ୍ର ସିଂ ଅଧ୍ୟକ୍ଷତା କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ସରୋଜ କୁମାର ପାଠୀ ସ୍ବାଗତ ଭାଷଣ କରିଥିଲେ । ପାଠଚକ୍ର ସମ୍ପାଦକ ସୌମ୍ୟରଂଜନ ଚୌଧୁରୀ ଆଲୋଚ୍ୟ ବିଷୟ ” ବିମା ” ଉପରେ ଲିଖିତ ପାଠ କରିଥିଲେ । ଏଥିରେ ଅବସର ପ୍ରାପ୍ତ ଅଧ୍ୟାପକ ସୁରେଶ କୁମାର ଦାଶ, ଲଲାଟେନ୍ଦୁ ଦଳପତି, ବିଭୂତି ଭୂଷଣ ଆଚାର୍ଯ୍ୟ, ହିମାଂଶୁ ଚରଣ ସାହୁ, ରବୀନ୍ଦ୍ର ନାଥ ଚୌଧୁରୀ ଆଲୋଚନାରେ ଭାଗ ନେଇଥିଲେ ଏବଂ ଛାତ୍ର ସାଗର ବେହେରା, ଆଦିତ୍ୟ ମହାନ୍ତି, ଶାନ୍ତନୁ ବିଶ୍ୱାଳ, ସୁନିଲ ପାଳ, ଆଶିଷ କର୍ଣ୍ଣ ସହ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅଧ୍ୟାପକ ରବୀନ୍ଦ୍ର ନାଥ ଚୌଧୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement