Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଛଣ ମେରୀ ଗ୍ରାମରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛଣ ମେରୀ ଗ୍ରାମରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

300
ADVERTISEMENT

ସାନଖେମୁଣ୍ଡି,୧୮/୧୦(ଡି.ଏଚ/ପ୍ରଫୁଲ ସାବତ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣ ମେରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିର ମଣ୍ଡପ ପରିସରରେ ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ୍ କୁମାର ନାୟକଙ୍କ ତତ୍ୱାବାଧାନରେ ସାନଖେମୁଣ୍ଡି ତହସିଲ ତରଫରୁ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜସ୍ବ ସର୍କଲ ଇନ୍ସପେକ୍ଟର, ସୁପର ଭାଇଜର୍, ସମସ୍ତ ବିଭାଗର କିରାଣୀ ଓ ସହଯୋଗୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ ବୁଦ୍ଧିଜୀବୀ , ସରକାରଙ୍କ ୫ ଟିକୁ ପ୍ରଶଂସା କରିଥିଲେ l । ଏହି ଅବସରରେ ୨୬ ଜଣଙ୍କୁ ପଟା ବଣ୍ଟନ କରାଯାଇଥିଲା l । ଏହି କାର୍ଯ୍ୟକ୍ରମରେ ଛଣ ମେରୀ, କଂସା ମାରୀ, ମୌଲାଭଣଜ।,ସିଙ୍ଗି ପୁର ପଞ୍ଚାୟତକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ସେକ୍ସନ୍ ଅଧିକାରୀ ଅଶୋକ କୁମାର ପାତ୍ରଙ୍କ ସହିତ ମୁଖ୍ୟ କିରାଣୀ ଲକ୍ଷ୍ମୀନାରାୟଣ ପାତ୍ର, ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ବେହେରା, କାଞ୍ଚନ ସାହୁ, ଦୀପକ କୁମାର ଗମାଙ୍ଗ, ପୁଷ୍ପାଞ୍ଜଳି ମଲିକ, ବାସେଏଲ୍ ଗମାଙ୍ଗ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ସରପଞ୍ଚ ଶ୍ରୀମତୀ ଗୋୖରୀ ନାୟକ, ସମିତି ସଭ୍ୟା ଶ୍ରୀମତୀ ଗୀତା ଞ୍ଜଳି ସମନ୍ତରା , ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ଞ୍ଜଳି ନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଦାଧର ସ୍ୱାଇଁ ମଞ୍ଚ ସ୍ଥିତ ଥିଲେ । ଏଥିରେ ଗ୍ରାମର ଯୁବକ ଗୋଷ୍ଠୀ ପ୍ରମୂଖ ପରିଚାଳନା କମିଟି ସହାୟତା କରିଥିଲେ। ଆଗାମୀ ଦିନରେ ଅନ୍ୟ ପଞ୍ଚୟତ ଗୁଡିକରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Advertisement