ବ୍ରହ୍ମପୁର,୧୭/୧୦(ଡି.ଏଚ/ସାହେବ ନାୟକ): ବ୍ରହ୍ମପୁର ନିକଟସ୍ଥ ଆମ୍ବଗଡ ଠାରେ ଏକ ଯାତ୍ରୀବାହୀ ବସ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ଥିବା ଜଣେ ଛୋଟ ଶିଶୁ ସମେତ ୮ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଗୁରୁତର ମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସେଠାରେ ମୃତ ଘଟିଥିଲା। ମୃତ ମହିଳା ଜଣଙ୍କ ହେଲେ ରଂଜିତା ଦଳାଇ । ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିଥିଲା ।

















