କୁକୁଡାଖଣ୍ଡି,୧୨/୧୦(ଡି .ଏଚ/ଇ .ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବହୁ ଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସର ଚଢ଼ାଉ । ସେହି ଗ୍ରାମରେ ବହୁଦିନ ଧରି ଖେଳ ଚାଲିଥିଲେ ମଧ୍ୟ ପୋଲିସ ଦୃଷ୍ଟି ପହଞ୍ଚି ନଥିବା ବେଳେ ଏଠାରେ ଜୁଆଡ୍ଡିଆଙ୍କ ଖୁଲମ୍ ଖୋଲା ଖେଳ ଚାଲୁଥିଲା । ଗ୍ରାମର ୩ ଛକରେ ଖେଳ ଚାଲୁଥିବା ବେଳେ ଜୁଆଡ୍ଡିଆଙ୍କ ଭିଡ଼ ଜମୁଥିଲା । ସେଠାରେ ଆଙ୍କୁଶପୁର ସଦର ଥାନା ପୋଲିସ ପକ୍ଷରୁ ଗୁରୁବାର ମଧ୍ୟ ରାତ୍ରରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ସୁଜିତ୍ ପଟ୍ଟନାୟକ (୩୦), ଜିତୁ ପଟ୍ଟନାୟକ(୨୫), ଜିତୁ ମହାରଣା(୨୫) ଓ କାହ୍ନl ପଟ୍ଟନାୟକ(୨୬) ଗିରଫ କରି ସେମାନଙ୍କ ବିରୋଧରେ କେଶ ୨୭୧ ଦାଏର କରାଯାଇ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।

















