କୁକୁଡାଖଣ୍ଡି,୧୨/୧୦(ଡି .ଏଚ/ଇ .ରଞ୍ଜନ): କୁକୁଡାଖଣ୍ଡି ସଦରଥାନା ପୁଲିସ ଶୁକ୍ରବାର ରାତିରେ ବ୍ୟାଙ୍କ କଲୋନି ସ୍ଥିତ ସିଦ୍ଧାର୍ଥ ନଗର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରି ୭ ଜଣ ଜୁଆଡିକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୨୦,୮୨୦ ଟଙ୍କା ଜବତ କରିଛି । ଏନେଇ ଥାନାରେ କେଶ ନଂ ୨୭୩/୧୯ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

















