କୁକୁଡାଖଣ୍ଡି,୧୨/୧୦(ଡି .ଏଚ/ଇ .ରଞ୍ଜନ):ସଦରଥାନା ଅଞଳରେ ବୃଦ୍ଧି ପାଉଛି ଅପରାଧ ।ଏହାକୁ ରୋକିବାରେ ସମ୍ପୂର୍ଣ ବିଫଳ ପୋଲିସ । ସହରତଳି ଅଞ୍ଚଳରେ ମଧ୍ୟ ନିୟନ୍ତଣ ବାହାରେ ଅପରାଧ ଘଟୁଛି ଏହାକୁ ସୁଧାରିବା ପାଇଁ ନିମଖଣ୍ଡି ଥାନା ଏବଂ ବ୍ରଜନଗର ରେ ଫାଣ୍ଡି ସ୍ଥାପନ ପାଇଁ ସଦରଥାନା ଅଧିକାରୀଙ୍କୁ ଏସପିଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି। ସହରତଳି ଅଞ୍ଚଳରେ ଦିନକୁ ଦିନ ଚୋରି,ଡକାୟତି,ଜୁଆ ଆଡ୍ଡା ,ଚୋରା ମଦ ସହ ମଦୁଆଙ୍କ ପ୍ରାଦୃଭାବ ବୃଦ୍ଧି ପାଉଛି। ଏହିଭଳି ଅପରାଧୀ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ କାଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ମିଳିତ କ୍ରିୟାନୁଷ୍ଠାନ ସମିତି। ଏହି ଅଞଳରେ ଷ୍ଟ୍ରୀଟ ଲାଇଟ ନଥିବା ଯୋଗୁଁ ଅପରାଧିମାନେ ଅପରାଧ ଘଟାଇ ଫେରାର ହୋଇଯିବାରେ ସକ୍ଷମ ହେଉଛନ୍ତି। ସଦରଥାନା ପୋଲିସ ଦ୍ୱାରା ପେଟ୍ରୋଲିଂ ସଠିକ ଭାବେ ହେଉନଥିବା ଯୋଗୁଁ ଅପରାଧ ବୃଦ୍ଧି ପାଉଛି। ପୂର୍ବରୁ ବ୍ରହ୍ମପୁରରୁ ଏକ ପିସିଆର ପେଟ୍ରୋଲିଂ କରୁଥିବା ବେଳେ ତାହା ଏବେ ବନ୍ଦ ହୋଇଯାଇଛି ,ପୁଣି ତାହା ପ୍ରଚଳନ ପାଇଁ ଦାବି ହୋଇଛି। ଏହି ଅଞ୍ଚଳରେ ପ୍ରତିଦିନ ବଡବଡ ଜୁଆଖେଳ ହେଉଛି ତାହା ଉପରେ ପ୍ରତିବନ୍ଧକ ସହ ଗେଟବଜାର ଠାରୁ ଲୋଚାପଡା ପର୍ଯନ୍ତ ଜବରଦଖଲ ଯୋଗୁଁ ଟ୍ରାଫିକ ଜାମ ହେଉଛି ଏହା ଉପରେ ଦୃଷ୍ଟି ଦେବାକୁ କମିଟି ଦାବି କରିଛି। ଦାବିପତ୍ର ପ୍ରଦାନ ସମୟରେ ସଭାପତି ସଂଜୀବ ପଟ୍ଟନାୟକ ,ଉପସଭାପତି ହରିହର ନାୟକ,କାଯ୍ୟକାରୀ ସଭାପତି ନାରାୟଣ ପରିଛା,ସଂଯୋଜକ ସି.ଏଚ.ରାମକୃଷ୍ନ ଦାସ,ଏମ.ଲାବଣ୍ୟ ପାତ୍ର,ଏଲ.ସୁଦାମପାତ୍ର,କାହ୍ନୁଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ।

















