କୁକୁଡାଖଣ୍ଡି,୧୧/୧୦(ଡି.ଏଚ/ଇ.ରଞ୍ଜନ ) : ଓଡିଶା ଏକ ପ୍ରାକୃତିକ ସମ୍ପଦ ପରିପୁର୍ଣ୍ଣ ରାଜ୍ୟ ହୋଇଥିବା ବେଳେ ଅନେକ ସମୟରେ ଏହି ସବୁ ସମ୍ବଳ ମାନଙ୍କର ଦୂରପଯୋଗ ହେଉଥିବାର ଅଭିଯୋଗ ମାନ ହେଉଛି । ଏହାର ଏକ ସଦ୍ୟତମ ଉଦାହରଣ ଗଂଜାମ ଜିଲ୍ଲାର କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଥିବା ପାହାଡ଼ ପର୍ବତ ଅଞ୍ଚଳରେ ବେଆଇନ ପଥର ଖନନ ହେଉଥିବାର ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିବାକୁ ଦେଖିବାକୁ ମିଳିଛି । କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ବାଲିପଡ଼ା ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ବହୁ ପାହାଡ଼ ରହିଅଛି । ଏହିସବୁ ଇଲାକା ଗୁଡିକ କିଛି ପଥର ମାଫିଆଙ୍କ କବଳରେ ରହିଥିବା କୁହାଯାଉଅଛି । କେତେକ ଦୁର୍ନୀତି ଗ୍ରସ୍ତ ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଅବାଧରେ ପଥର ମାଫିଆ ମାନେ ପଥର ଖନନ କରୁଥିବା ଅଭିଯୋଗ ହୋଇଅଛି ।

ଏହି ଭଳି କାର୍ଯ୍ୟମାନ ଦୀର୍ଘ ବର୍ଷ ଧରି ଲାଗି ରହୁଥିବାରୁ ପ୍ରକୃତିକ ସମ୍ପଦ ଓ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି । ଅନ୍ଧାର ରାତିରେ ପଥର ଫଟା ହେଉଥିବାରୁ ସ୍ଥନୀୟ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଅଛି । ଉଲେଖ ଥାଉକି ଏହିସବୁ କାର୍ଯ୍ୟକାଳପ ରୋକିବା ପାଇଁ ପୂର୍ବତନ ଉପଜିଲ୍ଲାପାଳ କିଛି ପଥର ଖନନ କେନ୍ଦ୍ର ଉପରେ ଚଢ଼ାଉ କରିଥିବା କୁହାଯାଉଅଛି । ତାଙ୍କର ଏହି ପଦକ୍ଷେପ ପରେ କିଛିଦିନ ପାଇଁ ଏହି ସବୁ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ତେବେ ନୂତନ ଉପଜିଲ୍ଲାପାଳ ଆଗମନ ପରେ ପୁନର୍ବାର ଏହିସବୁ ଅଞ୍ଚଳରେ ପଥର ଖନନ ହେଉଥିବା ଅଭିଯୋଗ ହୋଇଛି । ଉଲ୍ଲେଖ ଥାଉକି ଗତ ସେପ୍ଟେମ୍ବର ୫ରେ ସ୍ଥନୀୟ ଅଞ୍ଚଳବାସି ଏହିସବୁ ବେଆଇନ ପଥର ଖନନକୁ ବିରୋଧ କରି କୁକୁଡାଖଣ୍ଡି ତହସିଲଙ୍କ ନିକଟେ ଅଭିଯୋଗ କରିଥିଲେ । ଫଳସ୍ୱରୂପ ନୁଆଁ ବାଇଗଣବାଡି ଓ ଫାଦିରପଲ୍ଲୀ ଅଞ୍ଚଳରେ ବେଆଇନ ଭାବେ ଠୁଳ ହୋଇଥିବା ଖଣିଜ ପଦାର୍ଥକୁ ସିଲ କରିବା ସହ ପଥର କାନନ ଉପରେ ରୋକ ଲଗା ଯାଇଥିବା କୁହାଯାଇଛି । ପ୍ରଶାସନର ଉଚ୍ଚସ୍ଥରରେ ରହିଥିବା କେତେକ ଅଧିକାରୀଙ୍କୁ ହାତ କରି ଏହିଭଳି ଖନନ କାର୍ଯ୍ୟ ହେଉଥିବା ଅଞ୍ଚଳ ବାସି ଅଯୋଗ କରିଛନ୍ତି । ଉକ୍ତ ଅଞ୍ଚଳରେ ବେଆଇନ ପଥର ଖନନକୁ ରୋକିବାକୁ ଏବେ ଅଞ୍ଚଳ ବାସିଙ୍କ ଦାବି ହେଉଥିବା ଦେଖିବାକୁ ମିଳିଛି ।

















