Friday, September 25, 2026
ADVERTISEMENT
Home ମନୋରଞ୍ଜନ ସୁମନ ରାଓ ଜିତିଲେ ଫେମିନା ‘ମିସ୍ ଇଣ୍ଡିଆ’ ଟାଇଟଲ

ସୁମନ ରାଓ ଜିତିଲେ ଫେମିନା ‘ମିସ୍ ଇଣ୍ଡିଆ’ ଟାଇଟଲ

363
ADVERTISEMENT

ମୁମ୍ବାଇ, ୧୬/୬(ଡ଼ିଏଚବି): ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ ଷ୍ଟାଡିୟମରେ ଆୟୋଜିତ ଫେମିନା ମିସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାରେ ‘ମିସ୍ ଇଣ୍ଡିଆ’ ର ମୁକୁଟ ପିନ୍ଧିଛନ୍ତି ରାଜସ୍ଥାନର ସୁମନ ରାଓ। ୨୦୧୮ର ମିସ୍ ଇଣ୍ଡିଆ ଅନୁକୃତି ଦାସ ତାଙ୍କୁ ପିନ୍ଧାଇଥିଲେ ଏହି ‘ମିସ୍ ଇଣ୍ଡିଆ’ ମୁକୁଟ।

ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶି, ଚିତ୍ରାଙ୍ଗଦା ସିଂହ, କୋରିଓଗ୍ରାଫର ରେମୋ ଡିସୁଜା, ଅଭିନେତା ଭିକ୍କି କୌଶଲ୍, ଆୟୁଷ ଶର୍ମା, ଓଡ଼ିଆ ଆଥ୍‌ଲେଟ୍ ଦୂତୀ ଚାନ୍ଦ ଓ ମିସ୍‌ୱାର୍ଲ୍ଡ ୨୦୧୮ ଭେନେସା ପୋଁସେ ପ୍ରମୁଖ ଏଥିରେ ବିଚାରକ ଭାବେ ସାମିଲ ହୋଇଥିଲେ।

ସୁମନ ଜଣେ ଚାଟାର୍ଡ଼ ଆକାଉଣ୍ଟିଂର ଛାତ୍ରୀ। ସେ ତାଙ୍କ ବାପାମା’ଙ୍କ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ବୋଲି କହିଛନ୍ତି। ସେହିଭଳି ଯେଉଁ ସବୁ କାମଗୁଡ଼ିକୁ ଲୋକେ ଅନିଶ୍ଚିତ ବୋଲି କହିଥାନ୍ତି, ସେଗୁଡ଼ିକୁ ସେ କରିବାକୁ ଭଲ ପାଆନ୍ତି ବୋଲି ସୁମନ କହିଛନ୍ତି। ସୂଚନାଯୋଗ୍ୟ ଯେ, ଫେମିନା ମିସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାରେ ସମୁଦାୟ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

Advertisement