Sunday, November 22, 2026
ADVERTISEMENT
Home ଆଞ୍ଚଳିକ ମହାମାୟୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା କର୍ତ୍ୟୁପକ୍ଷ ସହଯୋଗରେ ଗରିବ ଅସହାୟ ବୃଦ୍ଧ ଲୋକଙ୍କ ଚକ୍ଷୁ...

ମହାମାୟୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା କର୍ତ୍ୟୁପକ୍ଷ ସହଯୋଗରେ ଗରିବ ଅସହାୟ ବୃଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ

333
ADVERTISEMENT

ବ୍ରହ୍ମପୁର, ୪/୧୦ (ଡ଼ିଏଚ/ଇ ରଞ୍ଜନ ): ଦୀର୍ଘ ୬ ଦିନ ଧରି ମହାମୟୀ ମହିଳା ମହାବିଦ୍ୟାଳୟରେ ଚାଲିଥିବା ଜାତୀୟ ସେବା ଶିବିର ଅନୁଷ୍ଠିତ ହଇଥିବା ବେଳେ ଆଜି କଲେଜ ଅଧକ୍ଷ କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ଅଧିକ୍ଷତାରେ ସରକାରୀ ଏମ.କେ.ସି.ଜି କଲେଜ ଅନୁଷ୍ଠାନ ପକ୍ଷରୁ ପ୍ରୋଫେସର ଡା.ନଗେଶ୍ୱର ରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଆସି ମାଗଣା ଚକ୍ଷୁ ଶିବିରରେ ଯୋଗଦାନ କରି ଡାକ୍ତରୀଙ୍କ ଚକ୍ଷୁ ବିଷୟରେ ଏକ ସଂକ୍ଷୀପ୍ତ ବିବରଣୀ ୱାର୍ଡସପ୍ପ ମାଧ୍ୟମରେ ନିଜର ଚକ୍ଷୁ ସୁରକ୍ଷା ପ୍ରତି ଯତ୍ନବlନ ଉପରେ ବୁଝାଇବା ସହ ସ୍ୱଚ୍ଛl ସେବୀନି ମାନଙ୍କୁ ମୋବlଇଲରେ ଶେୟାର କରିଥିଲେ l

ଏହା ସହ ନିକଟବର୍ତ୍ତୀ ଅଞ୍ଚଳର ପୁର୍ଣବାସି କଲୋନୀ, ଲେପର୍ସ କଲୋନୀ ଖାଲା ସାହି ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ଶତାଧିକ ଲୋକଙ୍କ ଉପସ୍ଥିତରେ ମାଗଣାରେ ଚକ୍ଷୁ ଚିକିତ୍ସା ସହ ଔଷଧ ପତ୍ର ସେବା ଯୋଗାଇ ଦେଇଥିଲେ l ଏଥିସହ କଲେଜରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ସ୍ବେଛାସେବୀନି ମାନେ ମଧ୍ୟ ନିଜ ନିଜର ଚକ୍ଷୁ ପରୀକ୍ଷା କରିଥିଲେ ସଂଯୋଜିକା ସ୍ଵର୍ଣଲତା ପଟ୍ଟନାୟକ, ସସ୍ମିତା ସାହୁ, ସୁନିତା ଜେନା, ସମେତ ସମସ୍ତ ଛାତ୍ରୀ ଉପସ୍ଥିତ ରହି ସହଯୋଗ ରେ ହାତ ବଢେଇଥିଲେ l

Advertisement