Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ମହାନଗର ନିଗମର କର୍ମଚାରୀ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ମହାନଗର ନିଗମର କର୍ମଚାରୀ

325
ADVERTISEMENT

ବ୍ରହ୍ମପୁର,୩/୧୦(ଡି .ଏଚ/ ସୁଦାମ ମହାରଣା ) : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗରନିଗମର ବରିଷ୍ଠ ସହାୟକ ଏ.ଲକ୍ଷ୍ମୀ ପ୍ରସାଦ ରାଓ ।ଅବସରରେ ପରେ ପୁନଃ ନିଯୁକ୍ତି ପାଇ ବ୍ରହ୍ମପୁର ମହାନଗରନିଗମ ରେ ଅଫିସ ବରିଷ୍ଠ ସହାୟକ ଭାବେ ରାଜସ୍ୱ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଥିଲେ । ଗୁରୁବାର ଅପରାହ୍ନ ୪ଟା୪୫ମି ବ୍ରହ୍ମପୁର ମହାନଗରନିଗମ ର ସିଟି ହାଇସ୍କୁଲ ନିକଟରେ ଥିବା ୧୩ ନମ୍ବର ଦୋକାନ ଘରର ମାଲିକାନା ବଦଳାଇବା ନିମନ୍ତେ ଫାଇଲ୍ ପ୍ରୋସେସିଙ୍ଗ ପାଇଁ ୨୫ହଜାର ଟଙ୍କା ନିଳାଞ୍ଚାଳସାହୁ ନାମକ ଜଣେ ବ୍ୟକ୍ତି ଠାରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଦୋକାନ ଘର ବଦଳାଇବା ପାଇଁ ଲକ୍ଷ୍ମୀ ପ୍ରସାଦ ୩୦ହଜାର ଟଙ୍କା ଦାବି କରିଥିଲେ । ପୂର୍ବ ଚୁକ୍ତି ମୁତାବକ ପ୍ରଥମ ପର୍ଯ୍ୟାୟରେ ଆଜି ସେ ୨୫ହଜାର ଟଙ୍କା ଗ୍ରହଣ କରୁଥିଲେ । ଏହା ନେଇ ନିଳାଞ୍ଚାଳ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ସେ ଅବସର ଗ୍ରହଣ କରିଥିଲେ । ପରେ ତାଙ୍କୁ ସେହି ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିଲା। ତାଙ୍କ କାର୍ଯ୍ୟାଳୟ ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାଷିଙ୍ଗି ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ କେଶ ନମ୍ବର ୨୭/୧୯ ପ୍ରକାର ରେ ମାମଲା ରୁଜ୍ଜୁ କରାଯାଇଥିବା ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।

Advertisement