Sunday, November 22, 2026
ADVERTISEMENT
Home ଆଞ୍ଚଳିକ ପ୍ରଥମ ଏନଏସିର ପ୍ରଥମ ଅନାସ୍ଥା ପାଇଁ ପ୍ରକଳ୍ପ ନିର୍ଦେଶକଙ୍କ ଯାଞ୍ଚ ପକ୍ରିୟା ଆରମ୍ଭ

ପ୍ରଥମ ଏନଏସିର ପ୍ରଥମ ଅନାସ୍ଥା ପାଇଁ ପ୍ରକଳ୍ପ ନିର୍ଦେଶକଙ୍କ ଯାଞ୍ଚ ପକ୍ରିୟା ଆରମ୍ଭ

484
ADVERTISEMENT

ବାଲିଗୁଡା,୩/୧୦(ଡି ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଅଧକ୍ଷା ଶ୍ରୀ ମମତା ବେହେରାଙ୍କ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଲଖିତ ଭାବେ ଅଭିଯୋଗ କରିଥିଲେ । ଏନେଇ ଆଜି ଏହାର ତଦନ୍ତ ଯାଞ୍ଚ ପ୍ରକ୍ରିୟା ପାଇଁ ପ୍ରକଳ୍ପ ନିର୍ଦେଶକ ଶ୍ରୀ ବିଶ୍ୱନାଥ ବାରିକ ଧାରା 54(a)ଅନୁଯାୟୀ ଏକ ତୃତୀୟାଅଂଶ କାଉନ୍ସିଲରଙ୍କ ଦସ୍ତଖତ କରାଇଥିଲେ । ଏହି ଦସ୍ତଖତରେ ସାତୋଟି କାଉନ୍ସିଲର ଶାନ୍ତିଲତା ନାୟକ, ସସ୍ମିତା ବେହେରା, ବରଦା ପ୍ରସାଦ ମିଶ୍ର, ଅର୍ଜୁନ ନାୟକ, ନାରାୟଣ ଡାକୁଆ, ଶିରୀଶ ପ୍ରଧାନ, ଜୟନ୍ତୀ ଜେନା ଉପସ୍ଥିତ ଥିଲେ । ଏହା ସହ ବାଲିଗୁଡା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ରହି କାର୍ଯ୍ୟ ସମ୍ପର୍ଣ କରିଥିଲେ ।

Advertisement