Monday, November 23, 2026
ADVERTISEMENT
Home ଆଞ୍ଚଳିକ ଭେଟିକି କୋଳେଇ ନେଲେ ବିରାଟ।

ଭେଟିକି କୋଳେଇ ନେଲେ ବିରାଟ।

663
ADVERTISEMENT

କୁକୁଡାଖଣ୍ଡି୩/୧୦(ଡି .ଏଚ/ଇ .ରଞ୍ଜନ): ମସିହାଖାଲିର ପିଣ୍ଟୁ ମହାରଣା (୩୨)ପେସା ରେ ଜଣେ ବିଲ୍ଡିଂ କଣ୍ଟ୍ରାକ୍ଟର,ନିଶା କ୍ରିକେଟ ମ୍ୟାଚ ଦେଖିବା ତାହା ପୁଣି ଖେଳ ହେଉଥିବା ସ୍ଥାନକୁ ଯାଇ। କ୍ରିକେଟ ନିଶାରେ ପାଗଳ ହୋଇଯାଇଛନ୍ତି ଇଣ୍ଡିଆ ଟିମ କ୍ୟାପଟେନ ବିରାଟ କୋହଲିକଂ ପାଇଁ । ପରିବାର କହିଲେ ନିଜ ସ୍ତୀ ସହ ୪ବର୍ଷ ର ଛୋଟ ଝିଅ । କୋଲକତା ତ କେବେ ବିଶାଖପାଟନା ଯେଉଁଠି ଭି ଇଣ୍ଡିଆ ଟିମ ଖେଳୁଥିବା ସେଠି ଆର୍ବିଭାବ ପିଣ୍ଟୁ ମହାରଣା । ୨ରୁ ୬ ପଯ୍ୟନ୍ତ ବିଶାଖାପାଟନା ରେ ଚାଲିବ ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ। ପିଣ୍ଟୁ ଖେଳ ଦେଖିବାକୁ ୧ତାରିଖ ଦିନ ବିଶାଖାପାଟନାରେ ପହଞ୍ଚି ଚାଲିଥିବା ଅଭ୍ୟାସ ମ୍ୟାଚ ଦେଖୁଥିଲେ ଇଣ୍ଡିଆ ଟିମର ବଡ ଫ୍ୟାନ ସୁଧିର ଗୌତମଙ୍କ ସହ ହଠାତ ଜଣେ ସାମ୍ବାଦିକ ଆସି ପିଣ୍ଟୁ କୁ କହିଲେ କୋହଲିଙ୍କୁ ଭେଟିବା ପାଇଁ,ଫ୍ୟାନ ହୋଇ ମଧ୍ୟ କୋହଲିଙ୍କୁ ପୂର୍ଵରୁ କେବେ ଭେଟିନଥିଲେ ପିଣ୍ଟୁ। ସାମ୍ବାଦିକ ଜଣଙ୍କ ପିଣ୍ଟୁଙ୍କୁ ସାର୍ଟ ବାହାର କରିବାକୁ କହିଥିଲେ।ପିଣ୍ଟୁଙ୍କ ଦେହ ସାରା ବିରାଟ ଙ୍କ ପ୍ରତିଚିତ୍ର ଓ ବିରାଟ ଟାଟୁ, ବିରାଟଙ୍କ ପାଖକୁ ନେବା ପରେ ବିରାଟ ପିଣ୍ଟୁଙ୍କୁ ଆଗରୁ ଜାଣିଛନ୍ତି ବୋଲି କହି ଦେହସାରା ଟାଟୁ ଦେଖି ଖୁସି ହୋଇ କୁଣ୍ଢାଇ ପକାଇଥିଲେ । କିଛି ଫଟୋ ସୁଟ ପରେ ପରେ ଭେଟିବା କହି ଚାଲିଯାଇଥିଲେ। ବିରାଟଙ୍କୁ ଭେଟିବା ସ୍ବପ୍ନ ସାକାର ହେଲା । ପୂର୍ଵରୁ କୋଲକତା ଠାରେ ପିଣ୍ଟୁ କୁ ହାତ ହଲାଇ ଟା ଟା କରିଥିଲେ ବିରାଟ। ଆଉ କେବେ ଦେଖା ମିଳିନି ବିରାଟଙ୍କୁ ।ଦେହସାରା ବିରାଟଙ୍କ ଟାଟୁ ଭତ୍ତି ପାଇଁ ବିରାଟ ଫ୍ୟାନ ଭାବେ ରାଜ୍ୟବାହାର ଗଣମାଧ୍ୟମରେ ବେଶ ଲୋକପ୍ରିୟ ପିଣ୍ଟୁ। ଗଣମାଧ୍ୟମରୁ ହିଁ ପିଣ୍ଟୁ ଙ୍କୁ ଚିହ୍ନିଛନ୍ତି ବିରାଟ ।

Advertisement