Monday, November 23, 2026
ADVERTISEMENT
Home ଆଞ୍ଚଳିକ ବିଜେଡିର ସଭ୍ୟ ପଞ୍ଜିକରଣ ଅଭିଯାନ ସହ ଜନ ସଂପର୍କ ପଦଯାତ୍ରା ଶୁଭାରମ୍ଭ

ବିଜେଡିର ସଭ୍ୟ ପଞ୍ଜିକରଣ ଅଭିଯାନ ସହ ଜନ ସଂପର୍କ ପଦଯାତ୍ରା ଶୁଭାରମ୍ଭ

315
ADVERTISEMENT

ସାନଖେମୁଣ୍ଡି,୩ /୧୦(ଡି .ଏଚ/ପ୍ରଫୁଲ ସାବତ):ଜାତିର ପିତା ମହାନ ବିଶ୍ଵ ନାୟକ ଅହିଂସାର ପୂଜାରୀ ପ୍ରବାଦ ପୁରୁଷ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସକୁ ସମଗ୍ର ରାଷ୍ଟ୍ର ସ୍ବତନ୍ତ୍ର ଦୃଷ୍ଟିକୋଣରେ ରଖି ପାଳନ କରୁଥିବା ଅବସରରେ ରାଜ୍ୟ ଶାସକ ଦଳ ବିଜେଡ଼ି ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଦୁଇ ମାସବ୍ୟାପି ଜନ ସମ୍ପର୍କ ପଦଯାତ୍ରା ସହିତ ସଭ୍ୟ ପଞ୍ଜିକରଣ ଅଭିଯାନରେ ଆରମ୍ଭ କରିଅଛି l ଏହି ଅବସରରେ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ୱାବଧାନରେ ନୂଆଁ ଉତ୍ସାହ ନେଇ ଶୁଭାରମ୍ଭ ହୋଇଥିବା ଲକ୍ଷ କରାଯାଇଛି l

ମଧ୍ୟାହ୍ନ ସମୟରେ ପାଟପୁର ଗାନ୍ଧୀଛକ ଠାରେ ବିଶାଳ ଜନସମାବେଶରେ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କୁ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ବିଜେଡ଼ି ତରଫରୁ ସମ୍ବର୍ଦ୍ଧିତ କରିବା ସହିତ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମମତା କୁମାରୀ ପ୍ରଧାନ,ଗୋଲାପୀ ସେଠୀ, ଗୀତାଞ୍ଜଳି ନାୟକ,ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ପ୍ରମୁଖ ପୁଷ୍ପମାଲ୍ୟ ସହ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିବା ସହ ଗାନ୍ଧୀ ପ୍ରତିମୂର୍ତ୍ତିରେ ନୂତନ ବ୍ଲକ ଅଧକ୍ଷ ଧୋବା ସ୍ବାଇଁ ,ସାଧାରଣ ସଂପାଦକ ଅମିନ ପ୍ରଧାନ,ଓସ୍କାର୍ଡ଼ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ବାଇଁ,ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ,ପ୍ରମୁଖ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ପରବର୍ତୀ କାର୍ଯ୍ୟକ୍ରମରେ ଆୟୋଜିତ ସାଧାରଣ ସଭାରେ ପୂର୍ବତନ ବିଧାୟିକା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଆଭିମୁଖ୍ୟକୁ ଅବଗତ କରିବା ସହିତ ଗାନ୍ଧୀ ଜୟନ୍ତୀ ଠାରୁ ହେବାକୁ ଥିବା ସଭ୍ୟ ପଞ୍ଜିକରଣ ଅଭିଯାନକୁ ସଫଳ କରିବାକୁ କର୍ମୀଙ୍କୁ ଆହ୍ୱାନ କରିଥିଲେ l ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀଛକ ଠାରୁ ଶୁଭାରମ୍ଭ କରିଥିଲେl ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ବିଶୋୟି ,ଛାତ୍ର ଜନତା ଦଳ ସଭାପତି କାଳୁନାୟକ,ଉପ-ସଭାପତି ଗଙ୍ଗାଧର ପାତ୍ର, ଶଙ୍କର୍ଷଣ ସ୍ବାଇଁ, ବାବୁ ପ୍ରଧାନ,ସଂପାଦକ ଜଗନ୍ନାଥ ପାତ୍ର,ଡାକ୍ଟର ରାଉତ ,ସଂଗ୍ରାମ ବିଶୋୟି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Advertisement