କୁକୁଡାଖଣ୍ଡି, ୨/୧୦ (ଇ .ରଞ୍ଜନ): ମହାତ୍ମା ଗାନ୍ଧି ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା ପାଳିତ ହୋଇଯାଇଛି।ଦିଗପହଣ୍ଡି ବିଜେପି ପ୍ରାଥୀନି ରାଜ୍ୟ ମହିଳା ମୋର୍ଚା ଉପସଭାପତି ବା ଅଭିନେତ୍ରୀ ପିଙ୍କି ପ୍ରଧାନ ଙ୍କ ସଭାପତିତ୍ବ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ବ୍ଲକ ପରିସର ରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ବିରାଟ ଶୋଭାଯାତ୍ରା ରେ କୁକୁଡାଖଣ୍ଡି ଗ୍ରାମ ର ପ୍ରତିଟି ସାହି ପରିକ୍ରମା କରିଥିଲେ।ଗିନି, ମୁର୍ଦାଙ୍ଗ ସହ ବିରାଟ ପଟୁଆର ରେ କର୍ମୀ ମାନେ ନେତ୍ରୀ ପିଙ୍କି ପ୍ରଧାନ ଙ୍କୁ ପାଛୋଟି ନେଇଥିଲେ।ବସଷ୍ଟାଣ୍ଡ ଠାରେ ଏକ ସଭାରେ ମୋଦିଙ୍କ ଶାସନରେ ଗାନ୍ଧୀ ଙ୍କ ଦର୍ଶନ ସହ ମୋଦିଜୀ ଙ୍କ ଆଦର୍ଶ, ପ୍ଲାଷ୍ଟିକ କୁ ସମ୍ପୂର୍ଣ ବର୍ଜନ କରିବା, ସ୍ବଦେଶୀ ବସ୍ତ୍ର ପରିଧାନ କରିବାକୁ ସଭାରେ ପିଙ୍କି ପ୍ରଧାନ ନିଵେଦନ କରିଥିଲେ। ଗାନ୍ଧୀଜୀ ଯେପରି ଚରଖାରେ ସୁତା କାଟୁ ଥିଲେ ତାକୁ ମନ ପକାଇବା ପାଇଁ ଚରଖା କାଟୁଥିବା ପୁରୁଖା କାରିଗରି ରାଜେସ୍ୱରୀ ଙ୍କୁ ନେଇ ଗ୍ରାମ ପରିକ୍ରମା କରିଥିଲେ। ପରେ ଦଳିତ ସାହି ରେ ଏକ ବିରାଟ ଜନସଭା ରେ ଜନସାଧାରଣ ଙ୍କୁ ସମ୍ଭୋଧିତ କରିବା ସହ ସ୍ଥାନୀୟ ପିଲାଙ୍କ ସହ ମିଶି ୧୫୦ ତମ ଗାନ୍ଧୀ ଙ୍କ ଦିବସରେ କେକ କାଟିଥିଲେ ଏବଂ ପିଲାଙ୍କୁ ଗାନ୍ଧୀଙ୍କ ଆଦର୍ଶ ବିଷୟରେ ବୁଝାଇ ଥିଲେ। ସ୍ଥାନୀୟ ଅଞ୍ଚଳ ରେ ଥିବା ଜଣାଶୁଣା ୫ ଜଣ ବ୍ୟକ୍ତି ତଥା ପ୍ରଫୁଲ ରଥ, ଜଗନ୍ନାଥ ତ୍ରିପାଠୀ, ଏ. ନନ୍ଦ କିଶୋର, ସିମାଞ୍ଚଳ ପାଣିଗ୍ରାହୀ, ଜି.ମୋହନ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।କାର୍ଯ୍ୟକ୍ରମ ରେ ଯୁବ ନେତା ଅନନ୍ତ ମହାନ୍ତି, ବିଭୁତି ନନ୍ଦ, ଯୁବ ମୋର୍ଚା ସମ୍ପାଦକ ବାପି ପ୍ରଧାନ, ବଦ୍ରିନାରାୟଣ ସାବତ, ସନ୍ତୋଷ ଗୌଡ଼, ଜୟରାମ ବିଶୋଇ, ବବିତା ପାଣିଗ୍ରାହୀ, ଏମ. ଦୀପା, ଗାୟତ୍ରୀ ପାଠୀ, ଲୋପାମୁଦ୍ରା, ସିମାଞ୍ଚଳ ପାଣିଗ୍ରାହୀ, ଏ. ମନୋଜ, ରବୀନ୍ଦ୍ର ବରାଡ଼, ରାମକ୍ରିଷ୍ଣା ଙ୍କ ସହ ୨୦୦ କର୍ମୀ ଉପସ୍ଥିତ ଥିଲେ।
















