Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ରାସ୍ତା ସାଜିଛି କାଳ ନିରବ ସାଜିଛି ପ୍ରଶାସନ

ରାସ୍ତା ସାଜିଛି କାଳ ନିରବ ସାଜିଛି ପ୍ରଶାସନ

410
ADVERTISEMENT

କୁକୁଡ଼ାଖଣ୍ଡି,୧/୧୦(ଇ .ରଞ୍ଜନ): ବ୍ଲକ ଅନ୍ତର୍ଗତ ରତ୍ନପୁର ଠାରୁ ଲୋଚାପଡ଼ା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମିତହୋଇ ସ୍ୱଳ୍ପ ଦିନରେ ନିର୍ମାଣ ହୋଇଛି ଏବଂ ଏହାର ରକ୍ଷଣା ବେକ୍ଷଣ 5ବର୍ଷ ରହିଛି l କିନ୍ତୁ କିଛି ନେତା ଓ ସରପଞ୍ଚ ଙ୍କ ସହ ସାଲିସ ହୋଇ ସମ୍ପୃକ୍ତ ଠିକାଦାର ଏବଂ ରୋଡ ନିର୍ମାଣ ନିୟୋଜିତ ବିଭାଗୀୟ ଯନ୍ତ୍ରୀ ମାନଙ୍କ ମଧୁଚନ୍ଦ୍ରିକା ବୁଝାବୁଣା କୁ ନେଇ ନିମ୍ମମାନ ହୋଇଥିବା ଯୋଗୁଁ ଲୋକଙ୍କ ନିନ୍ଦା ବର୍ତ୍ତମାନ ସୁଅ ଛୁଟୁଛି l ଏହି ରାସ୍ତା ଦେଇ ଉଚ୍ଚପଦସ୍ଥ ଅଧିକାରୀ ମାନେ ଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହଇଛି l ଏହାକୁ ଖୁବ ଶୀଘ୍ର ନିର୍ମାଣ ନକଲେ ଲୋକେ ଗ୍ରାମ ପଞ୍ଚାୟତରେ ତାଲା ପକାଇବକୁ ସ୍ଥିର କରିଥିବା ବେଳେ ଏହା କୁ ନେଇ ପୂର୍ବ ରୁ ବ୍ଲକ ରେ ବି.ଡି.ଓ ଅଭିଯୋଗ ହୋଇଛି କିନ୍ତୁ କିଛି ସୁଫଳ ମିଳିନି l ପୁଣି ନୂତନ ବି.ଡି.ଓ ଙ୍କ ଦୃଷ୍ଟି ଦେବାପାଇଁ ନିବେଦନ କରାଯାଇଛି l

Advertisement