କବିସୂର୍ଯ୍ୟନଗର,୩୦/୯(ଡି. ଏଚ):ମହାତ୍ମା ଗାନ୍ଧୀ ଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଜନସଚେତନତା ସୃଷ୍ଟି, ବିଶ୍ୱ ଶାନ୍ତି, ଓ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ରାଜ୍ୟରେ ବୁଲୁଥିବା ଅହିଂସା ରଥ, କବିସୂର୍ଯ୍ୟନଗର ରେ ପହଁଚିବା ପରେ ବିଧାୟିକା ଲତିକା ପ୍ରଧାନ, ବିଡ଼ିଓ ବାସୁଦେବ ନାୟକ, ବି ଇ ଓ ନିରଞ୍ଜନ ମିଶ୍ର, ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ, ବିପିନ ବିହାରୀ ଶତପଥିଙ୍କ ସମେତ ଏନ. ଏ ସି ର ପୂର୍ବତନ ଅଧ୍ୟକ୍ଷା, ଉପାଧ୍ୟକ୍ଷ, କାଉନସିଲରଙ୍କ ସମେତ ସରକାରୀ ଅଧିକାରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ l ଏବଂ ପଥପ୍ରାନ୍ତ ନାଟକ ଜରିଆରେ ଲୋକ ସଚେତନତା କରାଯାଇ ରଥକୁ ସହର ପରିକ୍ରମା କରାଯାଥିଲା l ଏବଂ ଦୁଇଜଣ ଗାନ୍ଧୀଙ୍କ ବେଶରେ ଅହିଂସା ପଥରେ ଯାଇ ଭାଇଚାରା ସୃଷ୍ଟି କରିବାକୁ ନିବେଦନ କରୁଥିବାର ଦେଖିବାକୁ ମିଳିଥିଲା l
















