Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ମୋ ତହସିଲ କାର୍ଯ୍ୟକ୍ରମ

ବ୍ରହ୍ମପୁରରେ ମୋ ତହସିଲ କାର୍ଯ୍ୟକ୍ରମ

339
ADVERTISEMENT

ବ୍ରହ୍ମପୁର ,୨୯/୯(ଇ . ରଞ୍ଜନ ): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଜନସାଧାରଣଙ୍କ ସହାୟତା ଏବଂ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ହାତ ପାହାନ୍ତାରେ ପହଂଚାଇବା ନିମନ୍ତେ ଜିଲ୍ଲାରେ ଆଜିଠାରୁ ଏକ ଅଭିନବ ସମାଧାନ ଶିବିର ମୋ ଗାଁରେ ତହସିଲ ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରଡ଼lଖଣ୍ଡି ସର୍କଲ ପରିସରରେ ବ୍ରହ୍ମପୁର ତହସିଲ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତହସିଲକୁ ଯାଇ ପାରୁନଥିବା ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଭାବେ ବିଭିନ୍ନ ପଟ୍ଟା ପାଇବାରୁ ବଂଚିତ ଥିବା ହିତାଧିକାରୀ ନିଜ ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେl ଏହାକୁ ତହସିଲଦାର ଦୟାମୟ ପାଢ଼ୀ ,ଅତିରିକ୍ତ ତହସିଲଦାର ଜ୍ଞାନଜୀତ ତ୍ରୀପାଠି ,ରାଜସ୍ବ ସୁପେର ଭାଇଜର ବିଶ୍ୱନାଥ ଲେଙ୍କା ଏବଂ ହରଡ଼lଖଣ୍ଡି ରାଜସ୍ୱ ନିରୀକ୍ଷକ କନକ ଦାସ ,ସୁବ୍ରତ ସବାର ,ବିଜୟ କୁମାର ପାଣିଗ୍ରାହୀ ,ସେକ୍ସନ ଅଫିସର ଋଷିକେଶ ପାତ୍ର ସମେତ ଅନେକ କର୍ମଚାରୀ ଯୋଗଦେଇଥିଲେl ଉପସ୍ଥିତ କାଯ୍ୟଳୟରେ ୧୦୪ ଟି ପଟ୍ଟା ବଣ୍ଟନ କରାଯାଇଥିଲା l

Advertisement