Saturday, November 21, 2026
ADVERTISEMENT
Home ଆଞ୍ଚଳିକ କୂଅରୁ ମୃତଦେହ ଉଦ୍ଧାର

କୂଅରୁ ମୃତଦେହ ଉଦ୍ଧାର

361
ADVERTISEMENT

ବ୍ରହ୍ମପୁର,୨୯/୯(ଡି.ଏଚ): ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦୂତପୁରୀ କଲୋନୀରେ ଥିବା ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତବ୍ୟକ୍ତିଙ୍କ ନାଁ ବୁଡୁ ପାଢ଼ୀ (୪୫)। ସେ ଶକ୍ତି ନଗର ଅଞ୍ଚଳର । ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ବୁଡୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଦୂତପୁରୀ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରେ ଭାସୁଥିବା ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ବୈଦ୍ୟନାଥପୁର ପୁଲିସ୍‌ ଘଟଣାର ତଦନ୍ତ ଚଲାଇଛି ।

Advertisement