କୁକୁଡ଼ାଖଣ୍ଡି,୨୮/୯(ଇ.ରଞ୍ଜନ):କୁକୁଡ଼ାଖଣ୍ଡି ବ୍ଲକର ଡେଙ୍ଗାପଦର, ଦକ୍ଷିଣପୁର ପଞ୍ଚାୟତ ପରିସରରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ ଏଥିରେ ତହସିଲଦାର ସୁବାସ ରଇତ, ଏବିଡ଼ିଓ ଭବାନୀ ବାବୁ, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଡେଙ୍ଗାପଦର ସରପଞ୍ଚ ସୀତାରାମ ସାହୁ, ଦକ୍ଷିଣପୁର ସରପଞ୍ଚ ବିଷ୍ନୁପ୍ରିୟା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଥିଲା ଅଭିଯୋଗର ସମାଧାନ ପାଇଁ ଉପସ୍ଥିତ ଅଧିକାରୀକଂ ନିକଟକୁ ପଠାଯାଇଥିଲା । ବହୁ ସଂଖ୍ୟାରେ ହିତାଧୀକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜନିଜ ଅଭିଯୋଗ କରିଥିଲେ।
















