ରଙ୍ଗେଈଲୁଣ୍ଡା,୨୭/୯(ସଂଜୟ କୁମାର ବିଶ୍ୱାଳ) : ସାରା ରାଜ୍ୟରେ ବି.ଜେ.ପି ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ ହୋଇଥିବା ବେଳେ ବି.ଜେ.ପି ରାଜ୍ୟ ସମ୍ପାଦକ ବିଭୁତି ଜେନା ଶତାଧିକ କର୍ମୀଙ୍କ ସହ ଗଂଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ୍ ରେ ଅନୁରୂପ ଭାବେ ବ୍ଲକ ଘେରାଉ କରାଯାଇଥିଲା । ରାଜ୍ୟ ସରକାର ଚଂଚକତା ସହ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ରାଜ୍ୟ ସରକାର ନାମ ବଦଳାଇ ବିଜୁ ପକ୍କାଘର ଯୋଜନାରେ ନାମକରଣ କରୁଥିବା ,ସ୍ଵଛ ଭାରତ ମିଶନ ପାଇଁ ଆସୁଥିବା ୧୨୦୦୦/-ଟଙ୍କା ବଣ୍ଟନ ପ୍ରକ୍ରିୟାରେ ବ୍ୟତିକ୍ରମ କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ହଡପ କରିବା ସହିତ ଯୋଜନା ନଥାଇ କାଗଜ ପତ୍ରରେ ଯୋଜନା ତିଆରି କରିବାରେ ବି.ଜେ .ଡି ସରକାରଙ୍କ ସିଦ୍ଧହସ୍ତ ବୋଲି ସମାଲୋଚନା କରିଥିଲେ । ଏଥି ସହିତ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ବାବଦରେ ଆସୁଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ହଡ଼ପ କରିବା ସହିତ ପିଲାଙ୍କୁ ପୃଷ୍ଟିକର ଛତୁଆ ବଦଳରେ ପୋକରା ଛତୁଆ(ଅଯୋଗ୍ୟ ଖାଦ୍ୟ ) ଯୋଗାଇ ଦେଇ ପିଲାଙ୍କ ସ୍ୱାସ୍ଥ୍ୟ ସହ ଯେଉଁ ଖେଳ ଖେଳୁଛନ୍ତି ସେଥିପାଇଁ ଦାୟୀ କିଏ ରହିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏଥିସହ ଏକ ସ୍ମାରକ ପତ୍ର ବି .ଡି .ଓ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି ।
















