Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଗୋପାଳପୁର ବେଳାଭୂମି ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଗୋପାଳପୁର ବେଳାଭୂମି ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

343
ADVERTISEMENT

ବ୍ରହ୍ମପୁର, ୨୭/୯(ଡି.ଏଚ) : ଆଜି ବିଶ୍ବପର୍ଯ୍ୟଟନ ଦିବସ ଓଡିଶା ପର୍ଯ୍ୟଟନ ବିଭାଗ ଓ d.c.c ଗଂଜାମ ଜିଲ୍ଲାପ୍ରଶାସନ, ଗୋପାଳପୁର ଏନ.ଏ.ସି ମିଳିତ ଅନୁକୁଲ୍ୟରେ ବିଶ୍ୱ ପ୍ରସିଦ୍ଧ ଗୋପାଳପୁର ବେଳାଭୂମି ଠାରେ ଆୟୋଜନ ହୋଇଯାଇଛି । ପର୍ଯ୍ୟଟନ ଓ କର୍ମନିଯୋଗ ସହ ଉତ୍ତମ ଭବିଷ୍ୟତ ଶୀର୍ଷକ କର୍ମଶାଳାରେ ଶ୍ରୀ ଅମ୍ୱିୟକୁମାର ସେଠିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଇଂ ଉମାଶଙ୍କର ପାଣିଗ୍ରାହୀ ,ସମ୍ମାନୀୟ ଅତିଥି ଭାବେ ଶ୍ରୀ ଉମାକାନ୍ତ ସେଠି ଏନ.ଏ.ସି ନିର୍ବାହୀ ଅଧିକାରୀ ଶ୍ରୀ ନାରାୟଣ ମହାଙ୍କୁଡ ସମ୍ପାଦକ ପର୍ଯ୍ୟଟନ ଭାରତ ଗୋପାଳପୁର କଲେଜ ୱାଡ଼ଧକ୍ଷ ଡ଼ଃ ରାମଚନ୍ଦ୍ର ଜେନା . ଏଚ.ଓ.ଡି ପୋଲଟିକାଲ ସାଇନ୍ସ, ପାନ୍ଥ ନିବାସ ପରିଚାଳକ ସନ୍ତୋଷ କୁମାର ସାମନ୍ତ ରାୟ ଅଭିମନ୍ୟୁ ସିଂ ରାଠୋର ,ଦଳକ୍ରୀଡ଼ା ନିର୍ଦ୍ଧେଶକ ,ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଧେଶକ ସନାତନ ନାୟକ ,ସୁରେନ୍ଦ୍ର କୁମାର ମହାପାତ୍ର, ବଡ଼ବାବୁ ଶରତ ଚନ୍ଦ୍ର ପ୍ରଧାନ ଯୋଗଦେଇ ଗଂଜାମ ଜିଲ୍ଲର ସଂକୃତି ପରମ୍ପରା,ଐତିହ କୀର୍ତିରାଜ ଉପରେ ଆଲୋଚନା କରିଥିଲେ ।

ବିଶେଷ କରି ଗୋପାଳପୁର ବେଲେଭୂମି ସୁରକ୍ଷା ଉପରେ ସମସ୍ତ ଅତିଥି ବୃନ୍ଦ ମତ ବ୍ୟକ୍ତ କରିଥିଲେ । ବିଶେଷ କରି ଗଂଜାମର ବିବିଧତା ସମୁନ୍ଦ୍ର ବେଲେଭୂମି,ଜଙ୍ଗଲ ନଦୀ , ପାହାଡ଼ର ପ୍ରାକୃତିକ ଅନୁପମାକୁ କିପରି ବିଶେଷ ଧ୍ୟାନ ଦିଆଯିବା ସେଥି ନିମନ୍ତେ ପୁଙ୍ଖନୁପୁଙ୍ଖ ଆଲୋଚନା କରିଥିଲେ । ଅଲ୍ଲିଭ ଲିଡ଼ଲି,କୃଷ୍ଣ ମୃଗ,ଟାମ୍ପରା ହ୍ରଦ ,ଉଷ୍ଣ ପ୍ରସବଣ ତପ୍ତପାଣି,କିପରି ଭିତିଭୂମିର ପୃଷ୍ଠ ଭୂମି ହେବ । ଏବଂ ଯୁବ ସମାଜ ପର୍ଯ୍ୟଟନ ଦିଗରେ ଉପକୃତ ହେବେ ଏହି କର୍ମରେ ଗଂଜାମ ହୋଟେଲ ସଙ୍ଘ, ଗୋପାଳପୁର ହୋଟେଲ ସଙ୍ଘ , ବରିଷ୍ଠ ମଗରିକ ସଙ୍ଘ,ଟୁର ଟ୍ରାଭଲ ସଙ୍ଘ ସହଯୋଗ କରିଥିଲେ । ପର୍ଯ୍ୟଟନ ଵିଭାଗ ଏନ.ଏ.ସି ପାନ୍ଥନିଵାସ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Advertisement