କନ୍ଧମାଳ,୨୭/୯(ସୁରେଶ କୁମାର ପଣ୍ଡା ): କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ଡ଼ପାର ଗାଁରେ ୨ ଦିନ ତଳେ ବିଷାକ୍ତ ସାପ କାମୁଡ଼ାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା l ଗତକାଲି ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ମା ଓ ପୁଅଙ୍କର ପରିବାର ବର୍ଗକୁ ଭେଟି ସରକାରଙ୍କ ପକ୍ଷରୁ କିପରି ସାହାଯ୍ୟ ମିଳିବ ସେ ନେଇ ଆଲୋଚନା କରିଥିଲେ l ଏବଂ ତାଙ୍କର ଶୁଦ୍ଧକ୍ରିୟା ସମ୍ପନ ପାଇଁ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ୍ୟ କରିଥିଲେl
















