ବର୍ଷା ପବନରେ ବିଦ୍ୟୁତ୍‌ ସେବା ବନ୍ଦ

183
ADVERTISEMENT

ଭଞ୍ଜନଗର, ୧୪/୬(ଦୁନିଆ ହାଲଚାଲ)– ଭଞ୍ଜନଗର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାରୁ ଭଞ୍ଜନଗର ସହର ଓ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଥିଲା। ଗୁରୁବାର ପୂର୍ବାହ୍ନରେ ସାଉଥ୍‌କୋ କର୍ମଚାରୀମାନେ ଭଙ୍ଗା ଖୁଣ୍ଟ ବଦଳାଇବା ପରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇଛି। ସହରତଳି ବାଉଁଶଲୁଣ୍ଡି ବାଇପାସ୍‌ ରାସ୍ତା ପ୍ରଧାନ କଲୋନୀ ନିକଟରେ ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡିଥିବାରୁ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ଥିଲା। ସେହିପରି ପବନରେ ବହୁ ଘରର ଚାଳଛପର ନଷ୍ଟ ହୋଇଛି। ବର୍ଷା ଯୋଗୁ ଗୁରୁବାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।

Advertisement