Monday, November 23, 2026
ADVERTISEMENT
Home ଆଞ୍ଚଳିକ ମରଣାଯନ୍ତା ପାଲଟିଛି ଲାଞ୍ଜିପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାମ୍ନା ରାସ୍ତା

ମରଣାଯନ୍ତା ପାଲଟିଛି ଲାଞ୍ଜିପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାମ୍ନା ରାସ୍ତା

255
ADVERTISEMENT

ବ୍ରହ୍ମପୁର,ଡ଼ି.ଏଚ, ୨୬/୯ ,(ସୁଦାମ ମହାରଣା): ସହରର ଲାଞ୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଟି ସପୂର୍ଣ୍ଣ ଭାବରେ ବିପର୍ଯ୍ୟୟ ଅବସ୍ଥାରେ ରହି ଥିବା ଦେଖି ବାକୁ ମିଳିଛି। ଏହି ରାସ୍ତା ର ଉଭୟ ପାର୍ଶ୍ଵରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଲାଞ୍ଜିପଲ୍ଲୀ ପୋଲିସ ଫାଣ୍ଡି ରହିଛି ।

ଗୋଟିଏ ପଟେ ଜାନିବିଲି ପ୍ରକଳ୍ପ ପାଇଁ ପାଇପ ଖୋଳା କାର୍ଯ୍ୟ ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ ଏହି ରାସ୍ତା ଟି ମରାମତି କରାଯାଉନାହିଁ ।ଏହି ରାସ୍ତା ଦେଇ ହଜାର ହଜାର ଗାଡି ମୋଟର ,ସ୍କୁଲ ବସ୍, ସ୍ଥାନୀୟ ଅଞ୍ଚଳରଗର୍ଭବତୀ ମହିଳା ମାନେ ମେଡିକାଲ ପାଇଁ ଏହି ରାସ୍ତା ଉପରେ ନିର୍ଭର କରି ଥାଆନ୍ତି ।ଏହି ରାସ୍ତା ଟି ଆଣ୍ଠୁଏ ଲେଖାଏଁ ଖାଲଖାମାରେ ପରିପୂର୍ଣ୍ଣ ,ଯାହା କି ସାଧାରଣ ଭାବେ ଚାଲିଯିବା କଷ୍ଟକର ବ୍ୟାପାର ।ଏହିରାସ୍ତାଟି ଜାତୀୟ ରାଜପଥ୧୬ ଓ ରେଳ ଷ୍ଟେସନ କୁ ମଧ୍ୟ ସଯୋଗ କରୁଛି । ସାଧାରଣ ବର୍ଷା ରେ ରାସ୍ତା ଟି ଆହୁରି ଦୟନୀୟ ଅବସ୍ଥାକୁ ଆସିଯାଏ ।ଏହି ରାସ୍ତା ଦେଇ ଅନେକ ବଡ ବଡିଆ ସରକାରୀ ବାବୁମାନେ ଯାତାୟାତ କରୁଥିବା ବେଳେ କାହାରି ଦୃଷ୍ଟି ପଡୁନାହିଁ । ବର୍ତ୍ତମାନ ଏହି ରାସ୍ତା ଟି ଜନସାଧାରଣ ଙ୍କ ପାଇଁ ମରଣଯନ୍ତା ପାଲଟିଛି ।

Advertisement