Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ

ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ

314
ADVERTISEMENT

ପୁରୁଷୋତ୍ତମପୁର, ୨୫/୯,(ସୁଦାମ ମହାରଣା):ସମାଜରେ ହଜିଯାଉଛୁ ମାନବିକତା, ବଢିଚାଲିଛି ଦୁଷ୍କର୍ମ ।ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ପଞ୍ଚାୟତ ରେ ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି ।୮ମ ଶ୍ରେଣୀ ରେ ପଢୁଥିବା ଜଣେ ନାବାଳିକା କୁ ଘରେ ଏକୁଟିଆ ଥିବା ର ଦେଖି ଜନୈକ କାର୍ମାନ୍ଧୁ ଜଣଙ୍କ ଘରେପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଘଟଣା ଟି ଗତ ୧୨ତାରିଖରେ ଘଟିଥିଲା ।ପିଡିତାଙ୍କ ମାଉସୀ ଘରକୁଫେରି ସବୁକଥା ଶୁଣିବା ପରେ, ସୁରାଟରେ ଥିବା ତାଙ୍କ ସ୍ବାମୀ ଙ୍କୁ ସମସ୍ତ କଥା ଜଣେଇଥିଲେ ।ସ୍ବାମୀ ସୁରାଟରୁ ଫେରି ଗତ ସୋମବାର ଦିନ ଏହା ନେଇ ପୁରୁଷୋତ୍ତମପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଘଟଣାର ଗୁରୁତ୍ୱ କୁ ଦୃଷ୍ଟି ରେ ରଖି ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଅଭିଯୁକ୍ତ ଯୁବକ ପୂର୍ଣ୍ଣ ଚନ୍ଦ୍ର ବେହେରା କୁ ଗିରଫ କରିଛି। ପିଡିତାଙ୍କ ଡାକ୍ତରି ମାଇନା କରାଯାଇ ଥାନା କେସନମ୍ବର ୨୧୮/୧୯ ପ୍ରକାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର କୁ ନାବାଳିକା ଯୈ।ନ ନିର୍ଯ୍ୟାତନା ଆଇନ ଧାରା ୪ ପ୍ରକାରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

Advertisement