Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ପବିତ୍ର ବାହୁଦାନଦୀତଟ ଅଧିଷ୍ଠାତ୍ରୀ ଦେବୀ ମା’ଦୁର୍ଗାଙ୍କୁ ସହସ୍ରାକୁମ୍ଭାଭିଷେକ

ପବିତ୍ର ବାହୁଦାନଦୀତଟ ଅଧିଷ୍ଠାତ୍ରୀ ଦେବୀ ମା’ଦୁର୍ଗାଙ୍କୁ ସହସ୍ରାକୁମ୍ଭାଭିଷେକ

237
ADVERTISEMENT

ସୋରଳ,୨୨/୯(ଏଜେନସି) : ପବିତ୍ର ବାହୁଦାନଦୀତଟ ସୋରଳ ଅଧିଷ୍ଠାତ୍ରୀ ଦେବୀ ମା’ଦୁର୍ଗାଙ୍କୁ ସହସ୍ରାକୁମ୍ଭାଭିଷେକ ନୀତି ଶନିବାର ଅନୁଷ୍ଠିତ ହୋଇଯାଇଛି। ରବିବାରଠାରୁ ମା’ଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେବ। ଶନିବାର ଅପରାହ୍ନ ସାଢ଼େ ୨ଟାରେ ମା’ଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଯିବା ପରେ ବସ୍ତ୍ର, ଫୁଲ, ଚନ୍ଦନ ଲାଗି କରାଯାଇଥିଲା। ପରେ ଆଳତି, ଭୋଗ, ନୈବିଦ୍ୟ ମା’ଙ୍କୁ ଲାଗି ହେବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଫିଟାଯାଇଥିଲା। ରବିବାର ମନ୍ଦିରରେ ସପ୍ତଶତୀ ଚଣ୍ଡୀପାଠ, ଅଖଣ୍ଡ ଦୀପ ସ୍ଥାପନା ସହ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ ବୋଲି ପୂଜକ ଭାଗ୍ୟବାନ ଓଡ଼ିଆ କହିଛନ୍ତି। ଚଳିତବର୍ଷ ମା’ଙ୍କ ଶାରଦୀୟ ପାର୍ବଣ ପୂଜା ପାଇଁ ଷୋଡ଼ଶ ଉପଚାର ପୂଜା ପଣ୍ଡା ଭାବେ ମନ୍ଦିର ପ୍ରଶାସନ ପକ୍ଷରୁ ଜାଗା ପାଢ଼ୀଙ୍କୁ ମନୋନୀତ କରାଯାଇଛି।

Advertisement