କୁକୁଡାଖଣ୍ଡି, ୧୩/୬(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକରେ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ବହୁ ହିତାଧିକାରୀଙ୍କୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇନଥିବା ଅଭିଯୋଗ ହେଉଛି । କେବଳ ନିର୍ବାଚନକୁ ଆଖିଆଗରେ ରଖି ହିତାଧିକାରୀ ମାନଙ୍କ ନାମ ଚୟନ କରାଯାଇଥିଲେ ମଧ୍ୟ ନିର୍ବାଚନ ଆଚରଣବିଧି ଆଳ ଦେଖାଇ ଏହା ବ୍ଲକରେ କାର୍ଯ୍ୟକାରୀ ହେଉନଥିବା କୁହାଯାଉଛି । ସମ୍ପ୍ରତି ନିର୍ବାଚନ ଆଚରଣବିଧି ଉଠିଥିଲେ ମଧ୍ୟ ହିତାଧିକାରୀମାନେ ଯୋଜନାର ସୁଫଳ ପାଉନଥିବା ଜଣାପଡିଛି ।