ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଆଶଙ୍କା

145
ADVERTISEMENT

କୁକୁଡାଖଣ୍ଡି, ୧୩/୬(ଇ.ରଞ୍ଜନ): ଜଗଦଳପୁର ଗ୍ରାମରେ କ୍ଷୀର ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ଯୁଧିଷ୍ଠିର ଗୌଡ଼ ନାମକ ଜଣେ ମଧ୍ୟବୟସ୍କ ବ୍ୟକ୍ତି ପିଲାଖାଇ ପୋଖରୀକୁ ଗାଧୋଇ ଯାଇ ଆଉ ଘରକୁ ଫେରିନଥିବା ଅଭିଯୋଗ ହେଉଛି । ଗାଧୁଆ ତୁଠରେ ତାଙ୍କର ପିନ୍ଧା ଗାମୁଛା ଏବଂ ଚପଲ ପଡିରହିଥିବାବେଳେ ସେ ପୋଖରୀରେ ବୁଡିଯାଇଥିବା ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ତାଙ୍କର ପତ୍ତା ପାଇନଥିବା ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ପୋଖରୀ ନିକଟରେ ଏକ ମଦଦୋକାନ ଥିବାବେଳେ ସେ ମଦ୍ୟପାନ କରି ପୋଖରୀରେ ବୁଡିଯାଇଥିବା ସନ୍ଦେହ ପ୍ରକାଶ ପାଇଛି ।

Advertisement