Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଓଡିଶା ମୋଟର ଚାଳକ ସଂଘର ୫ ଦଫା ଦାବି ନେଇ : ବ୍ରହ୍ମପୁର ଉପଜ଼ିଲ୍ଲାପାଳକୁ ସ୍ମାରକପତ୍ର

ଓଡିଶା ମୋଟର ଚାଳକ ସଂଘର ୫ ଦଫା ଦାବି ନେଇ : ବ୍ରହ୍ମପୁର ଉପଜ଼ିଲ୍ଲାପାଳକୁ ସ୍ମାରକପତ୍ର

255
ADVERTISEMENT

ରଙ୍ଗେଈଲୁଣ୍ଡା,୧୮/୯(କିରଣ ମିଶ୍ର ) :ବ୍ରହ୍ମପୁର ଶାଖା ତରଫରୁ ୫ ଦଫା ଦାବି ନେଇ ଓଡିଶା ମୋଟର ଚାଳକ ସଂଘ, ବ୍ରହ୍ମପୁର ଉପଜ଼ିଲ୍ଲାପାଳକୁ ସ୍ମାରକପତ୍ର ଦେଇଥିଲେ l ଦେଶ ଗଠନରେ କାଯ୍ୟ କରୁଥୁବା ଟ୍ରକ, ବସ, ଟ୍ୟାକ୍ସି ଚାଳକ ମାନଙ୍କ ଭୂମିକା ଗୁରୁତୁପୂର୍ଣ୍ଣ ଅଟେ ଆସୁ ଚିକିତ୍ସା ଆବଶ୍ୟକ କରୁଥୁବା ରୋଗି ଜୀବନ ବଂଚେଇବା, ଜନପରିବହନ, ଜିନିଷ ପତ୍ର ପହଞ୍ଚେଇବା ଡ୍ରାଇଭର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l ଆଜି ସଂଘ ସଭାପତି ରାଜେନ୍ଦ୍ର କୁମାର ଚୌଧରୀଙ୍କ ନେତୃତ୍ୱ ରେ ଏକ ବିଶାଳ ରାଲି ପୁରୁଣା ବସଷ୍ଟାଣ୍ଡ ଠାରୁ ବାହାରି ଖଲ୍ଲିକୋଟ କଲେଜ ରୋଡ, ଟାଟାବେଞ୍ଚ ଛକ, କାମାପଲ୍ଲୀ ଛକ ଦେଇ ଉପଜ଼ିଲ୍ଲା ପାଳଙ୍କ କାଯ୍ୟଳୟରେ ପହଞ୍ଚି ମୋଟର ଚାଳକ ମାନଙ୍କର ମୌଳିକ ସମସ୍ୟା ଉପରେ ଉପ ଜ଼ିଲ୍ଲାପାଳଙ୍କ ଟିକଟରେ କହିଥିଲେ l ବ୍ରହ୍ମପୁର ମହାନଗର ପରିସରରେ ମଧ୍ୟରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ ନିମନ୍ତେ ସ୍ଥାନ ପ୍ରଦାନ, ମୋଟର ଚାଳକ ମାନଙ୍କ ଦୈନଦିନ କାଯ୍ୟକ୍ରମ ପରିଚାଳନା ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଏକ ସ୍ଥାୟୀ କାଯ୍ୟଳୟ ପ୍ରଦାନ କରାଯାଉ, ମୋଟର ଚାଳକ ମାନଙ୍କ ନିମନ୍ତେ ଉପଯୁକ୍ତ ବିଶ୍ରାମ ଗୃହ, ଆଲୋକ ବ୍ୟବସ୍ଥା ଓ ଶୌଚାଳୟର ସୁବନ୍ଦୋବସ୍ତ କରାଯାଉ,ରାଜ୍ୟ ସରକାରଙ୍କ ଶ୍ରମ ବିଭାଗରେ ସମସ୍ତ ଚାଳକ ମାନଙ୍କୁ ପଞ୍ଜିକୃତ କରାଯାଇ ସେମାନଙ୍କୁ ଡ୍ରାଇଭିଂଗ କାର୍ଡ ପ୍ରଦାନ କରାଯାଉ, ସ୍ୱତନ୍ତ୍ର ଭାବେ ଅଣସଂଗଠିତ ଚାଳକ ମାନଙ୍କର କଲ୍ୟାଣ ଆଇନ ପ୍ରଣୟନ କରାଯାଇ କଲ୍ୟାଣ ପାଣ୍ଠି ଗଠନ କରାଯାଉ ଉପରୋକ୍ତ ମୌଳିକ ସମସ୍ୟା ଗୁଡିକୁ ବିଚାରକୁ ନେଇ ଏହାର ସୁନିରାକରଣ ନିମନ୍ତେ ଜ଼ିଲ୍ଲା ପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ଦୃଷ୍ଟି ଆକର୍ଶଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗ ଉପସଭାପତି ନୀଳମାଧବ ପାଠୀ, ସମ୍ପାଦକ ଧୋବା ଗୌଡ଼, ଦିଲେଶ୍ଵର ଦାଶ, କୋଷାଧକ୍ଷ ଜିତେନ୍ଦ୍ର କୁମାର ପଣ୍ଡା, ଗୋପଳ କୃଷ୍ଣ ସାହୁ, ପ୍ରସାଦ ରାଓ, ଦିଲ୍ଲୀପ ରାଓ, ଟୁନା ମହାରଣା, ପ୍ରମୁଖ ଏହି ରାଲିରେ ଯୋଗ ଦେଇଥିଲେ l

Advertisement