Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଏରେଣ୍ଡ୍ରା ପଞ୍ଚାୟତରେ’ମୋ ନିବେଦନ କାର୍ଯ୍ୟକ୍ରମ’

ଏରେଣ୍ଡ୍ରା ପଞ୍ଚାୟତରେ’ମୋ ନିବେଦନ କାର୍ଯ୍ୟକ୍ରମ’

272
ADVERTISEMENT

ସାନଖେମୁଣ୍ଡି,୧୭/୯(ପ୍ରଫୁଲ୍ଲ କୁମାର ସାବତ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣନୟ ହୋଇଥିବା ବିଭିନ୍ନ ସମାଜ ମଙ୍ଗଳ ଯୋଜନାର ସଫଳ ରୂପାୟନରେ ପଞ୍ଚାୟତର ଭୁମିକା ବହୁ ଗୁରୁତ୍ୱପୂର୍ଣ୍ଣ। ‘ମୋ ନିବେଦନ କାର୍ଯ୍ୟକ୍ରମ’ ପଞ୍ଚାୟତ ଅଧିକାରୀଙ୍କ ଗ୍ରହଣରେ ଲୋକମାନଙ୍କ ଅଭିଯୋଗ ଶୁଣାଯାଉଛି। ଏହି ପରିପ୍ରେକ୍ଷୀରେ ୨ଦିନ ଧରି ସାନଖେମୁଣ୍ଡି ପଞ୍ଚୟତ ସମିତି ଅନ୍ତର୍ଗତ ଏରେଣ୍ଡ୍ରା ପଞ୍ଚାୟତରେ ଜନ ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ସାମାଜିକ ନିରାପତ୍ତା ଅଧିକାରୀ , କୃଷି ବିଭାଗ ଅଧିକାରୀ, ବିଦ୍ୟୁତ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗକୁ ଲେଖିଛନ୍ତି। ଏହି ଅଭିଯୋଗରେ କାଳିଆ ଯୋଜନା, ଆବାସ ଯୋଜନ ଓ ଜମିଜମା ସଂକ୍ରାନ୍ତୀୟ ୨୦୧ ଗୋଟି ଅଭିଯୋଗ ଗୃହୀତ ହୋଇ କାର୍ଯ୍ୟନୁଷ୍ଠାନ ପାଇଁ ସ୍ଥିର କରାଯାଇଛି। କାର୍ଯ୍ୟକ୍ରମକୁ ସ୍ତାନୀୟ ସରପଞ୍ଚ ଜୟଶ୍ରୀ ପ୍ରଧାନଙ୍କ ପୌରହିତରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ବୈଠକରେ ବ୍ଲକର ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ଅଧିକାରୀ ସନ୍ତୋଷ ବେହେରା, ସମିତି ସଭ୍ୟ ସଦସ୍ର ସଂଗ୍ରାମ ବିଷୋୟୀ, ସରପଞ୍ଚ ସଞ୍ଜୟ ରାଉତ ଓ ସହଦେଵ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Advertisement