Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଆର.ଡି. ସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ଯାତ୍ରା

ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଆର.ଡି. ସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ଯାତ୍ରା

331
ADVERTISEMENT

ବ୍ରହ୍ମପୁର, ୧୭/୯(ଇ. ରଞ୍ଜନ ):ଦକ୍ଷିଣ ଓଡିଶାର ରୋଗୀମାନଙ୍କ ପ୍ରାଣର ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦୁଇ ରୁ ଉର୍ଦ୍ଧ ଜିଲ୍ଲାର ଲୋକେ ଏମ.କେ.ସି.ଜି ମେଡିକାଲ କଲେଜ ଜଣ ସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ବରଶିଳ ହେଉଥିବା ବେଳେ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଅଣଦେଖା ଯୋଗୁଁ ରୋଗୀସେବା ବେହାତ ହେଉଥିବା ରୁ ରୋଗୀ ଅଭିଯୋଗ କଲେ କିଛି ଅସାଧୁ ଡ଼କ୍ଟର ମାନେ ମିଳିତ ଭାବେ ରୋଗୀ ଓ ତାଙ୍କ ସହ ସମ୍ପର୍କୟ ଙ୍କୁ ସଂଘ ବୋଦ୍ଧ ଭାବେ ଆକ୍ରମଣ କରି ତାଙ୍କ ନାମ ରେ ଏତଲା ଦେଇ ପୁଣି ଡାକ୍ତର ଦଳ ରୋଗୀ ସେବା କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଏକ ଅଭ୍ୟାସ ରେ ପରିଣତ ହେଉଥିବା କୁ ନେଇ ସହରର ଥିବା ଜଣା ଶୁଣା ମାନବ ଅଧିକାର ସୁରକ୍ଷା ମଞ୍ଚ ଘର ନିନ୍ଦା କରିବା ସହ ଆର.ଡି.ସି କାର୍ଯ୍ୟାଳୟ ସମୁଖରେ ଘଣ୍ଟ ବଜାଇବା ସହ ଭାରତ ପ୍ରଧାନମନ୍ତ୍ରୀ ଙ୍କୁ ଡାକ୍ତରଙ୍କ ବିରଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଏକ ସ୍ମାରକ ପତ୍ର ଆର ଡି ସି ଙ୍କ ଜରିଆ ରେ ପ୍ରଧାନ କରିଥିଲେ ଏହି ସଭା ରେ ମାନବ ଅଧିକାର ସୁରକ୍ଷା ମଞ୍ଚ ର ସଂଯୋଜକ ଅବନୀ କୁମାର ଗୟାଙ୍କ ଆୟୋଜିତ ସଭାପତିତ୍ୱ ରେ ମହେଶ୍ୱର ବାଡତ୍ୟା, ମୋନଜ କୁମାର ତରାଇ, ଶ୍ୟାମ ସୁନ୍ଦର, ତ୍ରିଲୋଚନ ଆସ୍ତା, ମାଗୁଣି ନାୟକ, ହୃସିକେଶ ପାତ୍ର, ଅଭି ପ୍ରଧାନ, ଆଶିଷ ସାହୁ ସହ ବହୁ ରୋଗୀଙ୍କ ସମ୍ପର୍କୟ ଉପସ୍ଥିତ ରହି ଆର.ଡି.ସି ଟି.ଆଓ ଙ୍କୁ ଦାବି ଜଣlଇ ବା ସହ ସ୍ମାରକ ପତ୍ର ପ୍ରଧାନ କରିଥିଲେ l

Advertisement