Thursday, September 24, 2026
ADVERTISEMENT
Home ବ୍ୟବସାୟ ବଜାର ପୁଞ୍ଜୀକରଣରେ ଆଇବିଏମ୍‌କୁ ପଛରେ ପକାଇଲା ଟିସିଏସ୍‌

ବଜାର ପୁଞ୍ଜୀକରଣରେ ଆଇବିଏମ୍‌କୁ ପଛରେ ପକାଇଲା ଟିସିଏସ୍‌

689
ADVERTISEMENT

ନୂଆଦିଲ୍ଲୀ, ୧୨/୬(ଏଜେନ୍ସି): ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ଦେଶର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଆଇବିଏମ୍‌କୁ ବଜାର ପୁଞ୍ଜୀକରଣରେ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଆସିଛି। ସୋମବାର ଟିସିଏସ୍‌ର ବଜାର ପୁଞ୍ଜୀକରଣ ୮.୩୭ ଲକ୍ଷ କୋଟି ଟଙ୍କା(୧୨୦୫୦ କୋଟି ଡଲାର) ହୋଇଥିବା ବେଳେ ଆଇବିଏମ୍‌ର ବଜାର ପୁଞ୍ଜୀକରଣ ୮.୩୨ ଲକ୍ଷ କୋଟି ଟଙ୍କା (୧୧୯୬୦ କୋଟି ଟଙ୍କା) ହୋଇଛି। ଏହାପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ମଧ୍ୟ ଟିସିଏସ୍‌ ପଛରେ ପକାଇ ଦେଇଥିଲା। ରିଲାଏନ୍ସର ବଜାର ପୁଞ୍ଜୀକରଣ ମୂଲ୍ୟ ୮.୩୬ ଲକ୍ଷ କୋଟି ଟଙ୍କା ଥିଲା। ସୂଚନାଯୋଗ୍ୟ ଯେ, ଆଇବିଏମ୍‌ ୧୯୫୦ରେ ଭାରତରେ ପ୍ରବେଶ କରିଥିଲା।

Advertisement