ବ୍ରହ୍ମପୁର ଅବକାରୀ ବିଭାଗର ପାଟପୁର ଥାନା ଖଳୀଙ୍ଗିରେ ମିଳିତ ଚଢାଉ

326
ADVERTISEMENT

ଦିଗପହଣ୍ଡି,୧୩/o୯(ଏଜେନସି) : ପାଟପୁର ଥାନା ଖଳିଙ୍ଗୀ ପଞ୍ଚାୟତ ସଦର ଗ୍ରାମରେ ବ୍ରହ୍ମପୁର ଅବକାରୀ ବିଭାଗ ଦ୍ଵାରା ପାଟପୁର ପୋଲିସ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ବହୁଦିନ ଧରି ଗ୍ରାମରେ ନକଲି ବିଦେଶୀ ମଦ ବିକୁଥିବା ପାନ ଦୋକାନୀଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ନକଲି ବୋତଲ ବିଦେଶୀ ମଦ ଜବତ କରିଛି ।
ଧଟପାଗଡର ପୂର୍ବ ସୂଚନା ପାଇ ଦୋକାନ ବନ୍ଦ କରି ଖସି ଯିବା ଅବସରରେ ଅବକାରୀ ଓ ପୋଲିସ ବାହିନୀ ସଜାଗ ରହି ଦୋକାନ ମାଲିକଙ୍କୁ ଅଟକ ରଖିବା ସହିତ ମାଜିଷ୍ଟ୍ରେଟ ତଥା ତହସିଲଦାର ଶ୍ରୀ ଅମିତ କୁମାର ନାୟକଙ୍କ ନିର୍ଦ୍ଧେଶ କ୍ରମେ ଦୋକାନ କବାଟ ଭାଙ୍ଗି ଦୋକାନରୁ ବିପୁଳ ବିଦେଶୀ ନକଲି ମଦ ସହିତ ମଦ ତିଆରି ସରଞ୍ଜାମ ଜବତ କରିଛନ୍ତି ।ପାଟପୁର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ,ଦିଗପହଣ୍ଡି ଅବକାରୀ ଇନ୍ସପେକ୍ଟର ଅଭିରାମ ସାହୁଙ୍କ ସହିତ ବ୍ରହ୍ମପୁର ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କୁଆର୍ଡ ଅଧିକାରୀ ଓ କର୍ମଚାରୀ ମିଳିତ ଚଢାଉ କରିଥିଲେ ।

Advertisement