ହିଂଜିଳିକାଟୁ,୧୨/o୯(ଶେଷଦେବ ସାହୁ): ସୋମବାର ସନ୍ଧ୍ୟାରେ ହିଂଜିଳି ଥାନା ଅଭ୍ୟର୍ଥନା କକ୍ଷ ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ମୋ ସରକାର କାର୍ଯ୍ୟକ୍ରମ ଅଧିନସ୍ଥ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ସହ ଭଦ୍ର ବ୍ୟବବହାର କରିବା, ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ସହ ଆବଶ୍ୟକ ସାହାର୍ଯ୍ୟ, ସହଯୋଗ କରିବା, ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ମୋବାଇଲ ନଂମ୍ବରକୁ ପଂଜିକୃତ କରିବା ସହ ଜନସାଧାରଣଙ୍କୁ ହାତ ପାହାନ୍ତାରେ କିଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ଥାନା ଏସ. ଆଇ. ମମତା ସମାନ୍ତ, ପ୍ରଦିପ୍ତ କୁମାର ଦାଶ, ଏଏସଆଇ ବିଦେଶୀ ସେଠି, ରାଜନ ବିଷୋୟୀ, ରାଘବ ସୁନ୍ଦର ଗୌଡ଼, ଶରତ ଚନ୍ଦ୍ର ମହାପାତ୍ର, ହାବିଲଦାର ରାଜିବ କୁମାର ପାଢି, ସୁବାଷ ଚନ୍ଦ୍ର ଅଧିକାରୀ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ମନୋଜ ଗୌଡ଼, ପ୍ରଶାନ୍ତ କୁମାର ପାତ୍ର, ମଙ୍ଗୁଳୁ ସେଠି ସମେତ ଥାନାର ସମସ୍ତ କର୍ମଚାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

















