ମିଳିଲାନି ମହାପ୍ରୟାଣ ଗାଡି, ଖଟିଆରେ ବୁହାହେଲା ମୃତଦେହ

389
ADVERTISEMENT

ପାରଳାଖେମୁଣ୍ଡି,୧୨/o୯(ପ୍ରଭାତ କୁମାର ପାତ୍ର ) : ପୁଣି ଶବକୁ ଅଣ ଦେଖା ଚିକିତ୍ସାଧିନ ଅବସ୍ଥାରେ ରାୟଗଡ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ପରେ ମିଳିଲାନି ମହାପ୍ରୟାଣ ଗାଡି । ମୃତଦେହକୁ ପ୍ରାୟ ୨କିଲୋମିଟର ପରିବାର ଲୋକଙ୍କ ଦ୍ୱାରା ଖଟିଆରେ ବୁହାହେଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ରାୟଗଡ଼ା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର କାତିକ ଶବରଙ୍କର ରାୟଗଡ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇଥିଲା। ଏହା ପରେ ପରିବାର ଲୋକେ ମୃତଦେହକୁ ଘରକୁ ନେବାପାଇଁ ମହାପ୍ରୟଣ ଗାଡି ଖୋଜୁଥିଲେ ମଧ୍ୟ ମିଳିନଥିଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ କୈାଣସି ଭଡା ଗାଡ଼ିର ବ୍ୟବସ୍ଥା କରିନପାରି ଶେଷରେ ବାଧ୍ୟ ହୋଇ ମୃତ ଦେହକୁ ଏକ ଖଟିଆରେ ବୋହି ନେଇଥିଲେ।

Advertisement