
ବ୍ରହ୍ମପୁର,o୯/o୯(ଏଜେନସି ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ଯକ୍ଷତାରେ ଛତ୍ରପୁର ଗୋପାଳପୁର ଓ ଆସ୍କା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ତିତ ହୋଇଯାଇଛି । ଏହି ବୈଠକରେ ସମୟ, ସ୍ଥାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିର୍ଧାରଣ ପାଇଁ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଜିଲ୍ଲାର ବିଭିନ୍ନ ଲୋକକଳା ପ୍ରଦର୍ଶନ ମହିଳା ସଶକ୍ତି କରଣ ଏବଂ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଗୋପାଳପୁର ମହୋତ୍ସବରେ ଗୋପାଳପୁରର ମାନ୍ୟବର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ଲୋକକଳା ମହୋତ୍ସବ ପାଇଁ ଛତ୍ରପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହେରା ଓ ଆସ୍କା ମହୋତ୍ସବ ପାଇଁ ଆସ୍କାର ମାନ୍ୟବର ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ସଭାପତ୍ବରେ ଅନୁଷ୍ଟିତ ହେବ । ଗୋପାଳପୁର ମହୋତ୍ସବରେ ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଜନ ସମାଗମକୁ ଆଖିଆଗରେ ରଖି ଟ୍ରାଫିକ୍ ବ୍ଯବସ୍ଥା ସୁଚାରୁରୂପେ ସମ୍ପାଦନ କରିବାପାଇଁ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କୁ ଜିଲ୍ଲାପାଳ କହିଥିଲେ । କାର୍ଯ୍ୟକ୍ରମ ଗୁଡିକ ଯେପରି ସରସ ସୁନ୍ଦର ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ଗୁରୁତୂ ଆରୋପ କରିଥିଲେ । ଉକ୍ତ ବୈଠକରେ ଆସ୍କା ଲୋକସଭା ମାନ୍ୟବର ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଗୋପାଳପୁର ମାନ୍ୟବର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହେରା, ଆସ୍କା ମାନ୍ୟବର ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ , ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକି ମିଶ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ମାଇଁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ |
















