
ବାଲିଗୁଡା,o୮/o୯(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡା ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତିର ବାର୍ଷିକ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ, ସମ୍ପାଦକ ଡ଼ ବିଚିତ୍ରା ନନ୍ଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ମା ‘ ପାଟଖଣ୍ଡା ମନ୍ଦିରର କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ଓ ନୂତନ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା, ମନ୍ଦିର ତରଫରୁ ଭଡା ସୂତ୍ରରେ ଦିଆଯାଇଥିବା ଗୃହ ଗୁଡିକ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ଗତବର୍ଷ ର ପାଟଖଣ୍ଡା ମନ୍ଦିର ସମେତ ଦୁର୍ଗା, ଗଜଲଷ୍ମୀ, ଓ କାଳୀପୂଜା ର ଆୟବ୍ୟୟ ହିସାବ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ଉପସ୍ଥାପନା କରିଥିଲେ ,ପୂଜା ଭଣ୍ଡlର,ମଣ୍ଡପ ତଳ ଖାଲି ଗୃହ ନିମନ୍ତେ ଆଲୋଚନା କରାଯାଇଥିଲା l ପୁରୁଣା କର୍ମ କର୍ତ୍ତା ମାନେ ନିଜ ନିଜ ପଦବୀ ଇସ୍ତଫା ଦେଇ ନୂତନ ଭାବେ କମିଟି କର୍ତ୍ତା ବଛା ଯାଇଥିଲା l ଆଗାମୀ ଦୁର୍ଗାପୂଜା ,ଗଜଲଷ୍ମୀ ପୂଜା ,ଓ କାଳୀପୂଜା କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l ଏଥିରେ ସଭାପତି ଲୋକନାଥ ପାଢ଼ୀ,ଉପ ସଭାପତି ଇନ୍ଦ୍ରମଣି ପାତ୍ର, କୋଷାଧକ୍ଷ ଏନ .ନାଗେଶ୍ୱର ରାଓ, ସମ୍ପାଦକ ଶ୍ରୀନିବାସ ପାତ୍ର, ସହ ସମ୍ପାଦକ ସୁଜିତ କୁମାର ପାଳ, ଉପଦେଷ୍ଟା ସୁବାସ ଚନ୍ଦ୍ର ଦାସ, ଶଶୀ ଭୂଷଣ ପାଢ଼ୀ, ଦାୟିତ୍ୱ ବହନ କରିଥିଲେ ପ୍ରମୁଖ ବାଲିଗୁଡା ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଶେଷରେ ଶ୍ରୀ ପାଳ ଧନ୍ୟବାଦ ଅର୍ପଣ କରିଥିଲେ l

















