Thursday, September 24, 2026
ADVERTISEMENT
Home ବ୍ୟବସାୟ ନବୀନ ଜିନ୍ଦଲ : ଲୁହାପଥର ଖଣି ଏବଂ କୋଲଡ ବ୍ଲକ୍ ନିଲାମକୁ ଅଗ୍ରାଧିକାର ଦିଆଯାଉ

ନବୀନ ଜିନ୍ଦଲ : ଲୁହାପଥର ଖଣି ଏବଂ କୋଲଡ ବ୍ଲକ୍ ନିଲାମକୁ ଅଗ୍ରାଧିକାର ଦିଆଯାଉ

420
ADVERTISEMENT

ଭୁବନେଶ୍ୱର ,o୮/o୯(କୁନାପ୍ରଧାନ) : ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଲୁହାପଥର ଖଣି ଏବଂ କୋଲଡ ବ୍ଲକ୍ ନିଲାମରେ ଅଗ୍ରାଧିକାର ଦେବା ପାଇଁ ଦାବି ଜଣାଇଛନ୍ତି ନବୀନ ଜିନ୍ଦଲ । ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଏବଂ ଖଣି ସଚିବଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି। ରାଜ୍ୟରେ ଯେଉଁମାନଙ୍କର କ୍ୟାପଟିଭ ୟୁନିଟ୍ ରହିଛି, ସେମାନଙ୍କୁ ଅତିଶୀଘ୍ର ଲୁହାପଥର ଖଣି ନିଲାମ କରି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏବେ କେବଳ ଆବଶ୍ୟକତାର ୧୦ ପ୍ରତିଶତ ଲୁହାପଥର ମିଳୁଛି, ବାକି କଞ୍ଚାମାଲ ବାହାରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ନୂଆ ଖଣି ଓ ଖଣିଜ ନିୟମ ଲାଗୁ ହେବା ପରେ ନିଲାମ ଜରିଆରେ ଖଣି ଆବଣ୍ଟନକୁ ବାଧ୍ୟତାମୂଳକ କରାଯାଇଥିବାରୁ କଂପାନୀ ପାଖରେ ନିଲାମକୁ ଅପେକ୍ଷା କରିବା ଛଡା ଆଉ କିଛି ବିକଳ୍ପ ନାହିଁ। ଜେଏସପିଏଲ ୪୭ ହଜାର କୋଟି ଟଙ୍କା ନିବେଶ କରିଥିବାରୁ ଏହି ଦାବି ପ୍ରତି ବିଚାର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି ନବୀନ ଜିନ୍ଦଲ।

Advertisement