କନ୍ଧମାଳ ଜିଲ୍ଲା ଲଗାଣବର୍ଷାରେ :ସ୍ୱାଭାବିକ ଜୀବନ ଯାତ୍ରାରେ ଅଚଳ

288
ADVERTISEMENT

ଫୁଲବାଣୀ,o୮/o୯(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବହୁ ଜାଗାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ଫଳରେ ଏପଟରୁ ସେପଟେ ରାସ୍ତା ପାର ହେବାଟା ଅସମ୍ଭବ ହେଉଥିଲା ,ଏମିତି ଏକ ଘଟଣା ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ ଏହି ଘଟଣାଟି କୋଟଗଡ଼ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଯୁବାଗୁଡା ରାସ୍ତାରେ ବହୁତ ବର୍ଷା ହେବାଯୋଗୁଁ ଲୋକ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଥିଲା କିନ୍ତୁ ଘଟଣା ସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଓ ସିଆରପିଏଫ ପହଞ୍ଚି ଲୋକଙ୍କୁ ଉଦ୍ଧାର କରଥିଲେ ଯାହା ଫଳରେ ସେଠାକାର ଗ୍ରାମ ବାସୀ ଲୋକ ଥାନା ଅଧିକାରୀ ଓ ଯବାନ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Advertisement