
ଛତ୍ରପୁର,o୬/o୯( ଏଜେନସି) : ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ବିଦ୍ୟାପୀଠର ପୂରାତନ ଛାତ୍ରସଂସଦ ଆନୁକୂଲ୍ୟରେ ସ୍ଥାନୀୟ ହରଗୌରୀ ବାଳିକା ଉଚ୍ଚବିଦ୍ୟଳୟ ଠାରେ ପବିତ୍ର ଗୁରୂପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୨oo୬ ମସିହାଠାରୁ ଆୟୋଯିତ ହୋଇ ଆସୁଥିବା ଏଇ ଉତ୍ସବରେ ଆଞ୍ଚଳିକ ସ୍ତରୀୟ ଅବସରପ୍ରାପ୍ତ ଗୁରୂଜୀ ମାନଙ୍କୁ ଆମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଉଛି। ଆୟୋଯିତ ଏଇ ଗୁରୂପୂଜନ ଉତ୍ସବରେ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା କୁମାରୀ ଦେବୀ ଅଧ୍ୟକ୍ଷତା କରିଥିଲେ। ପୂରାତନ ଛାତ୍ରସଂସଦର ସଭାପତି ଗଦାଧର ରାଉଳ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଲକ୍ଷ୍ମୀନାରାୟଣ ଶତପଥି ,ଧୃବଚରଣ ସେଠୀ ଓ କୋରା ମହାରଣା ଯୋଗଦେଇ ଗୁରୂଶୀଷ୍ୟ ପରମ୍ପରାର ମହାନ୍ ଐତିହ୍ୟ ଉପରେ ଆଲୋକ ପାତ କରି ଛାତ୍ରଛାତ୍ରୀ ଗୁରୂ ଆଶୀର୍ବାଦ ନେଇ ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ରାଜ୍ୟପୁରସ୍କୃତ ପ୍ରଧାନ ଶିକ୍ଷକ ତଥା ସଂସଦର ସଂପାଦକ କାମରାଜୁ ମହାରଣା ଏଇ ଆଞ୍ଚଳିକ ଗୁରୂପୂଜନ ଉତ୍ସବର ସୃଷ୍ଟି ସଂପର୍କିତ ବିବରଣୀ ପ୍ରଦାନ ସହ ଓ ଆଜିର ଦିନରେ ଗୁରୂ ଶିଷ୍ୟ ସଂପର୍କ ଉପରେ ବକ୍ତବ୍ୟ ରଖି ପ୍ରତ୍ୟେକ ବିଦ୍ୟାର୍ଥୀ ମହାନ୍ ଜ୍ଞାନୀ ହେବାପାଇଁ ଗୁରୂ ଆଶୀର୍ବାଦ ଆବଶ୍ୟକ ବୋଲି ମତପ୍ରଦାନ କରିଥିଲେ ।ପୂର୍ବତନ ପ୍ରଧାନ ଶିକ୍ଷକ ଅରୁଣଚାନ୍ଦ ଦାଶ ଅତିଥି ରୂପେ ଯୋଗଦେଇ ଏଇ ଉତ୍ସବ ଆୟୋଜନର ପ୍ରଶଂସା କରି ଟାଙ୍ଗଣାପଲ୍ଲୀ ଗ୍ରାମ ଓ ବିଦ୍ୟାଳୟ ସହ ନିଜର ସଂପର୍କର ସ୍ମୃତି ଚାରଣ କରିଥିଲେ। ସରପଞ୍ଚ କୁମାରୀ ପ୍ରଧାନ,ପୂର୍ବତନ ଛତ୍ରପୁର ବ୍ଳକ ଚେୟାରମ୍ୟାନ ବି:ସୁଦାମ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ । ଏଇ ଅବସରେ ପୂର୍ବ ବର୍ଷମାନଙ୍କ ଭଳି ଏଇ ବର୍ଷ ଭାଟକୁମରଡା ମଧ୍ୟ ଇଂରାଜି ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜ ସେବୀ କୋରାନାଥ ସ୍ବାଇଁଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଇ ଉତ୍ସବକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜି:ବିଜୟଲକ୍ଷ୍ମୀ, ନମିତା ଆଚାର୍ଯ୍ୟ,ସାଗରିକା ପାଢୀ,ରଶ୍ମିତା ପଟ୍ଟନାୟକ,ନିରୂପମା ମିଶ୍ର,ଶୁଭ୍ରଚଳା ବକ୍ସି, ପ୍ରଭାସିନୀ ସାହୁ,ସୁଧୀର ସେଠୀ,ପଦ୍ମଚରଣ ଦାସ,ବିନୋଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଗୁରୂ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
















