ବ୍ରହ୍ମପୁର ରୋଟାରୀ କ୍ଳବ ଇଷ୍ଟ ଆନୁକୂଲ୍ୟରେ ଗୁରୂସମ୍ବର୍ଦ୍ଧନା ଉତ୍ସବ

239
ADVERTISEMENT

ବ୍ରହ୍ମପୁର,o୬/o୯( ଏଜେନସି) : ପବିତ୍ର ଗୁରୁଦିବସ ଅବସରରେ ବ୍ରହ୍ମପୁର ରୋଟାରୀ କ୍ଳବ ଇଷ୍ଟ ଆନୁକୂଲ୍ୟରେ କ୍ଳବର ନିଜସ୍ବ କାର୍ଯ୍ୟାଳୟ ଧର୍ମ ନଗର ଠାରେ ଗୁରୂସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇ ଯାଇଛି । କ୍ଳବର ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ଉତ୍ସବରେ ବ୍ରହ୍ମପୁର ୟୁ:ସି:ପି ଇଂଜିନିୟରିଂ ସ୍କୁଲର ଅଧ୍ୟକ୍ଷ ଇଂ ସୂର୍ଯ୍ୟନାରାୟଣ ଧର ମୂଖ୍ୟ ଅତିଥି ରୂପେ ଯୋଗଦେଇ ଦେଶ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଏବଂ ଗୁରୂଭକ୍ତି ଉପରେ ବକ୍ତବ୍ୟ ରଖିଥିଲେ। ଦେଶ ଗଠନରେ ପ୍ରମୁଖ ଦାୟୀତ୍ବ ନିଭାଇ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟର ୨୫ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମାନ ପତ୍ର ଓ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ବ୍ରହ୍ମପୁର ନର୍ସିଂ କଲେଜର ଅଧ୍ୟକ୍ଷା ଜୋତିରାଣୀ ମିଶ୍ର ଓ ମୁଖ୍ୟ ଅତିଥୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କ୍ଳବର ସାକ୍ଷରତା କାର୍ଯ୍ୟକ୍ରମ ଚେୟାରମ୍ୟାନ ଡଃ ସମ୍ବିତ ବେଗରାୟ ରୋଟାରୀ କ୍ଳବର ଶୈକ୍ଷିକ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ଆଦର୍ଶ ଶିକ୍ଷକ ଚୟନକର୍ତ୍ତା ପ୍ରାକ୍ତନ ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ ଚାନ୍ଦ ଦାଶ ଓ ରୋଟାରିଅନ୍ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ବକ୍ତବ୍ୟ ରଖିଥିଲେ। କ୍ଳବର ସଂପାଦକ ରଂଜିତ କୁମାର ପାତ୍ର କ୍ଳବର ବିବରଣୀ ପ୍ରଦାନ କରିଥିବା ବେଳେ ପ୍ରାକ୍ତନ ସଂପାଦକ ସୁମିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement