ଗୁରୁଦିବସ ଅବସରରେ ଭଗବତ କଥା ବିତରଣ ପରିଷଦ ପକ୍ଷରୁ ଶିକ୍ଷାର୍ଥୀଙ୍କୁ ମିଷ୍ଟାନ ବଣ୍ଟନ

577
ADVERTISEMENT

ହିଂଜିଳିକାଟୁ,o୬/o୯ (ଶେଷଦେବ ସାହୁ) : ସ୍ଥାନୀୟ ଭଗବତ କଥା ବିତରଣ ପରିଷଦର ସଭାପତି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଉପଲକ୍ଷେ ମିଷ୍ଟାନ ବଂଟନ କରାଯାଇଥିଲା । ପରିଷଦର ବରିଷ୍ଟ କାର୍ଯ୍ୟକର୍ତା ମାନେ ବିଦ୍ୟାଳୟକୁ ଯାଇ ଭାରତୀୟ ସଂସ୍କୃତି, ଭାରତୀୟତା, ଆଧ୍ୟାତ୍ମିକ ଚେତନା ସହ ଗୁରୁ ଓ ଶିଷ୍ୟ ମାନଙ୍କ ସମ୍ପର୍କ ଉପରେ ଶିକ୍ଷାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିବା ସହ ଗୁରୁଙ୍କ ଠାରୁ ସଂସ୍କାର ଶିକ୍ଷା ଗ୍ରହଣ ଏବଂ ଉତମ ନାଗରିକ ଓ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ସଂକଳ୍ପ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସମୀକ୍ଷକ ଡ଼ଃ. ରମେଶ ଚନ୍ଦ୍ର ଚୌଧୁରୀ, ଇଂ. ନାରାୟଣ ପାଢି, ଉପାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ସାବତ, ତରୁଣ କୁମାର ପଣ୍ଡା, ଗୌରହରି ପୃଷ୍ଟି, ହରିହର ଚୌଧୁରୀ, ଦ୍ୱିତୀକୃଷ୍ଣ ସାବତ, ହରିହର ପଣ୍ଡା, ଉମାକାନ୍ତ ବେହେରା, ତପନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ଗୋଷ୍ଟି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ କରିବା ସକାଶେ ଅନୁମତି ପ୍ରଦାନ କରିଥିବାରୁ ପରିଷଦର କାର୍ଯ୍ୟକାରୀ ସଦସ୍ୟ ଦ୍ୱୀତିକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି, ଆସନ୍ତା ନଭେମ୍ବର ମାସରେ ପରିଷଦ ପକ୍ଷରୁ ହିଂଜିଳିକାଟୁ ପୌରାଂଚଳର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଚିତ୍ରାଙ୍କନ, ପ୍ରବନ୍ଧ, ବକୃତା ଓ ସାଧାରଣଞ୍ଜାନ ପରୀକ୍ଷା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାିବାର କାର୍ଯ୍ୟକ୍ରମ ରହିଛି ବୋଲି ପରିଷଦର ସଭାପତି ମହାପାତ୍ର କହିଛନ୍ତି ।

Advertisement