ପିଆଜ ବୋଝେଇ ଟ୍ରକରୁ ଦେଢ଼କୋଟି ଟଙ୍କାର ଗଞ୍ଜେଇ ଜବତ

255
ADVERTISEMENT

ବ୍ରହ୍ମପୁର,o୪/o୯(ଇ.ରଞ୍ଜନ) : ବୁଧବାର ଗଞ୍ଜାମରୁ ଗଞ୍ଜେଇ ଚୋରାଚାଲାଣ ବେଳେ ବ୍ରହ୍ମପୁରରୁ ଜବତ ହୋଇଛି। ବ୍ରହ୍ମପୁରରୁ ଏକ ପିଆଜ ବୋଝେଇ ଟ୍ରକରୁ ହଜାର କେଜିର ଗଞ୍ଜେଇକୁ ଡିଆରଆଇ ଜବତ କରିଛି। ଏହି ଗଞ୍ଜେଇର ମୂଲ୍ୟ ଦେଢ଼କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ଏକ ପିଆଜ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଡିଆରଆଇଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାକୁ ଆଧାର କରି ଡିଆରଆଇ ବ୍ରହ୍ମପୁରରେ ଆକସ୍ମିକ ଭାବେ ଗଞ୍ଜେଇ ବୋଝେଇ ହୋଇଥିବା ଏହି ପିଆଜ ଟ୍ରକ୍‌ ଉପରେ ଚଢ଼ାଉ କରିଥିଲେ। ଏହି ଟ୍ରକ୍‌ରୁ ଦେଢ଼କୋଟି ଟଙ୍କାର ଗଞ୍ଜେଇ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି।

Advertisement