Thursday, September 24, 2026
ADVERTISEMENT
Home ବ୍ୟବସାୟ ଆଇଡିବିଆଇ ବ୍ୟାଙ୍କକୁ ମିଳିବ ୯୩୦୦ କୋଟି ପୁଞ୍ଜି ସହାୟତା

ଆଇଡିବିଆଇ ବ୍ୟାଙ୍କକୁ ମିଳିବ ୯୩୦୦ କୋଟି ପୁଞ୍ଜି ସହାୟତା

754
ADVERTISEMENT

ନୂଆଦିଲ୍ଲୀ,o୪/o୯(ରବି ଦାସ ): ଆଇଡିବିଆଇ ବ୍ୟାଙ୍କକୁ କେନ୍ଦ୍ର ସରକାର ୪୫୫୭ କୋଟି ଟଙ୍କାର ନୂତନ ପାଣ୍ଠି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ନୂଆ ପାଣ୍ଠି ପାଇବା ପରେ ଆଇଡିବିଆଇ ବ୍ୟାଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ଏହା ଋଣ ପ୍ରଦାନ କରିବାକୁ ସମର୍ଥ ହୋଇପାରିବ ବୋଲି ଆଶା କରାଯାଉଛି। ଆଇଡିବିଆଇ ବ୍ୟାଙ୍କକୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ମଧ୍ୟ ୪୭୪୩ କୋଟି ଟଙ୍କାର ନୂତନ ପାଣ୍ଠି ପ୍ରଦାନ କରିବ। ଉଭୟ କେନ୍ଦ୍ର ସରକାର ଓ ଏଲ୍‌ଆଇସି ମିଳିତ ଭାବେ ଏହି ବ୍ୟାଙ୍କକୁ ୯୩୦୦ କୋଟି ଟଙ୍କା ଦେବେ।

Advertisement