ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଥୀ ପାଳିତ

933
ADVERTISEMENT

ଦିଗପହଣ୍ଡି,o୩/o୯(ଏଜେନସି ): ଦିଗପହଣ୍ଡି ସହର ସମେତ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଶ୍ରୀ ଗଣେଶ ଚତୁର୍ଥୀ ମହୋତ୍ସବ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି । ସହରର ବଜାର ସାହି, ଅଞ୍ଚଳ କଲୋନୀ, ଚିକିଟି ରୋଡ଼, ମେଡିକାଲ ନିକଟ ଆଦି ସ୍ଥାନମାନଙ୍କରେ ସୋମବାର ସକାଳୁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସକାଳୁ ପୂଜାମଣ୍ଡପ ମାନଙ୍କୁ ଗଙ୍ଗା ଆବାହନ କରିବା ପରେ ନୀତିକାନ୍ତି ମୁତାବକ ଯଜ୍ଞ ହୋମ ଆଦି ଅନୁଷ୍ଠିତ ହେବା ପରେ ସନ୍ଧ୍ୟାରେ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଯାଇଛି । ବଜାର ସାହି ଗଣେଶ ପୂଜା କମିଟି ୩୯ତମ ଏବଂ ଅଂଚଳେଶ୍ୱରୀ ଗଣେଶ ପୂଜା କମିଟି ୧୧ତମ ପୂଜା ମହୋତ୍ସବ ପାଳନ କରୁଥିବାରୁ ସ୍ୱତନ୍ତ୍ର ଭାବେ ଉତ୍ସଵ ପାଳନ ହେଉଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବ୍ଲକର କୁଶପଡା, ରାଜପୁର, ଗୋକର୍ଣ୍ଣପୁର, ଅନାଙ୍ଗପୁର,ସିଦ୍ଧେଶ୍ୱର, ଗଣିଆନାଳ, ପଦ୍ମନାଭପୁର, ଓଡ଼ାସିଙ୍ଗି, ଭୀଷ୍ମଗିରି ଆଦି ଅଞ୍ଚଳରେ ଗଣେଶ ପୂଜା ପାଳିତ ହୋଇଯାଇଛି।ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଚତୁର୍ଥୀ ଉତ୍ସଵ ଅବସରରେ ନାମ ଲେଖା ଓ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି ।

Advertisement