Saturday, September 26, 2026
ADVERTISEMENT
Home ମନୋରଞ୍ଜନ ପ୍ରଥମ ତିନିଦିନରେ ୧୪୦ କୋଟି ଆୟ କଲା ‘ସାହୋ’ : ପ୍ରଭାସ, ଶ୍ରଦ୍ଧା କପୁର...

ପ୍ରଥମ ତିନିଦିନରେ ୧୪୦ କୋଟି ଆୟ କଲା ‘ସାହୋ’ : ପ୍ରଭାସ, ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ

323
ADVERTISEMENT

ମୁମ୍ବାଇ,o୨/o୯ (ଏଜେନସି ) : ଗତ ଶୁକ୍ରବାର ରିଲିଜ୍ ହୋଇଥିବା ପ୍ରଭାସ, ଶ୍ରଦ୍ଧା କପୁର ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ହିନ୍ଦୀ ଭର୍ସନ ବକ୍ସଅଫିସରେ ହଙ୍ଗାମା କରିଛି। ଏହା ପ୍ରଥମ ଦିନ ୨୪ କୋଟି ଟଙ୍କାର କଲେକସନ୍ କରିଥିବା ବେଳେ ଦ୍ବିତୀୟ ଦିନ ଏହା ୨୩ କୋଟି ଟଙ୍କାର କଲେକସନ୍ କରିଥିବା ଜଣାଯାଇଛି। ପ୍ରଥମ ତିନିଦିନ ଭିତରେ ‘ସାହୋ’ର ହିନ୍ଦୀ ଭର୍ସନ ପାଖାପାଖି ୭୦ କୋଟି ଟଙ୍କାର କଲେକସନ୍ କରିଥିବା ଜଣାଯାଇଛି। । ‘ସାହୋ’ର ସବୁଭର୍ସନରୁ ପ୍ରଥମ ଦିନରେ ୬୮କୋଟି ଟଙ୍କା ଆୟ ହୋଇଥିବା ଜଣାପଡ଼ିଥିଲା । ପ୍ରଥମ ତିନିଦିନ ଭିତରେ ‘ସାହୋ’ର ସବୁ ଭର୍ସନ ପାଖାପାଖି ୧୪୦ କୋଟି ଟଙ୍କାର କାରବାର କରିଥିବା କୁହାଯାଉଛି। ଆଜି ଗଣେଶ ପୂଜା ଯୋଗୁଁ ଛୁଟି ଥିବା ହେତୁ ଏହାର ଫାଇଦା ବି ‘ସାହୋ’କୁ ମିଳିବ ବୋଲି କୁହାଯାଉଛି। ତେବେ ଫିଲ୍ମକୁ ଦେଖିବା ପରେ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି । କିଛି ଫିଲ୍ମକୁ ପସନ୍ଦ କରି ନଥିବା ବେଳେ କିଛି ପସନ୍ଦ କରିଛନ୍ତି । କିନ୍ତୁ ଫିଲ୍ମଟି ‘ବାହୁବଲୀ’ର ପ୍ରଥମ ଦିନର ରେକର୍ଡ ଭାଙ୍ଗି ପାରି ନ ଥିବା ଜଣା ପଡ଼ିଛି ।

Advertisement