
ଦିଗପହଣ୍ଡି, ୩୧ା୮(ଏଜେନସି ) : ସ୍ୱାୟତ୍ତ ଶାସନ ଦିବସ ଅବସରରେ ଦିଗପହଣ୍ଡି ଏନ.ଏ.ସି ଏବଂ ବିଜୁ ଯୁବ ବାହିନୀ ମିଳିତ ଉଦ୍ୟମରେ ଦିଗପହଣ୍ଡି ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଦିଗପହଣ୍ଡି ଆଦର୍ଶ ଥାନା ପରିସରରେ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ହୋଇଥିବା ଭାରପ୍ରାପ୍ତ ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ନିବେଦନ କରିଥିଲେ । ପରେ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ଥାନା ପରିସରରେ ବୃକ୍ଷ ଚାରା ରୋପଣ କରିବା ପରେ ହନୁମାନ ବାଟିକା ଏବଂ ପରେ ପିଏଚ୍ଡି ରାସ୍ତାର ଉଭୟ ପାଶ୍ୱର୍ରେ ସମୁଦାୟ ୧୦୧ଟି ବୃକ୍ଷ ଚାରା ରୋପଣ କରାଯାଇଥିଲା । ପରେ ବିଜୁ ଯୁବ ବାହିନୀ ସଦସ୍ୟ ମାନଙ୍କ ମଧ୍ୟରୁ ଦୈନିକ ଜଣେ ଲେଖାଏଁ ପର୍ଯ୍ୟାୟ କ୍ରମେ ଉକ୍ତ ବୃକ୍ଷ ଚାରା ଗୁଡିକର ଯତ୍ନ ନେବା ପାଇଁ ନିୟୋଜିତ ହେବେ ବୋଲି ସୂଚନା ଦିଆଯାଇଥିଲା । ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ସମ୍ପାଦକ ଦୂର୍ଗାମାଧବ ସାହୁ, ମନ୍ମଥ ପାଣିଗ୍ରାହୀ, ୟୁଏଲ୍ବି କୋଡିନେଟର୍ ସନ୍ତୋଷ ବାଡତ୍ୟା, ମାଗି ସେଠୀ, ରାଜି ଗୌଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

















